Categories: ଖେଳ

ଓଡ଼ିଶା ତାରକା କିଶୋରଙ୍କୁ ମିଳିଲା ଭିଜା

ନୂଆଦିଲ୍ଲୀ, ୧୮।୮: ଭାରତୀୟ ଜାଭେଲିନ ତାରକା ଓଡ଼ିଶାର କିଶୋର କୁମାର ଜେନାଙ୍କୁ ହଙ୍ଗେରୀ ଯାତ୍ରା ପାଇଁ ଭିଜା ମିଳିଛି। ଫଳରେ ସେ ଶନିବାରଠାରୁ ୨୭ ତାରିଖ ପର୍ଯ୍ୟନ୍ତ ବୁଦାପେଷ୍ଟରେ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିପାରିବେ। ଶୁକ୍ରବାର ସକାଳେ ତାଙ୍କ ସହ ସାକ୍ଷାତପରେ ଭିଜା କ୍ଲିୟର କରି ଦିଆଯାଇଥିବା ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏଏଫଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବୁଧବାର ଭାରତରେ ଅବସ୍ଥାପିତ ହଙ୍ଗେରିଆନ ଦୂତାବାସ ପକ୍ଷରୁ କିଶୋରଙ୍କ ଭିଜା ବାତିଲ କରି ଦିଆଯାଇଥିଲା। କିଶୋରଙ୍କ ସମର୍ଥନ କରିବାକୁ ଆଗେଇ ଆସିଥିଲେ ଅଲିମ୍ପିକ୍‌ ଗୋଲ୍ଡ ମେଡାଲିଷ୍ଟ ଜାଭେଲିନ୍‌ ତାରକା ନୀରଜ ଚୋପ୍ରା। ବର୍ହିବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ। ଜୟଶଙ୍କରଙ୍କ ହସ୍ତକ୍ଷେପରେ ସମସ୍ୟାର ସମାଧାନ ହୋଇଛି।

Share