Posted inଖେଳ

ଜାଭେଲିନ୍‌ ଥ୍ରୋୟର ମନୁ ସସ୍‌ପେଣ୍ଡ

ପଞ୍ଚକୁଲା(ହରିୟାଣା),୨୯ା୬(ପି.ଟି.): ଡୋପ୍‌ ଟେଷ୍ଟରେ ଆନାବୋଲିକ୍‌ ଷ୍ଟେରଏଡ୍‌ ପାଇଁ ପଜିଟିଭ ଆସିବାରୁ ଅଲିମ୍ପିକ ଆଶାୟୀ ଭାରତୀୟ ଜାଭେଲିନ ଥ୍ରୋୟର ଡି.ପି. ମନୁଙ୍କୁ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି(ନାଡା) ପକ୍ଷରୁ ସସ୍‌ପେଣ୍ଡ କରାଯାଇଛି। ଚଳିତ ବର୍ଷ ଏପ୍ରିଲରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି ସମୟରେ ମନୁଙ୍କର ଡୋପ୍‌ ଟେଷ୍ଟ ହୋଇଥିବା କୁହାଯାଉଛି। ପୂର୍ବରୁ ମନୁଙ୍କୁ ପ୍ରତିଯୋଗିତାରୁ ଦୂରେଇ ରଖିବା ଲାଗି ନାଡା ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏଏଫ୍‌ଆଇ)କୁ ନିର୍ଦ୍ଦେଶ ପ୍ରଦାନ କରିଥିବା ବେଳେ ସେ ଡୋପ୍‌ ଜାଲରେ ପଡ଼ିଥିବା ସନ୍ଦେହ କରାଯାଉଥିଲା। ୨୦୨୩ ଏସିଆନ ଚାମ୍ପିୟନଶିପ୍‌ରେ ଏକ ରୌପ୍ୟ ଜିତିଥିବା ୨୪ ବର୍ଷୀୟ ମନୁ ବିଶ୍ୱ ର଼୍ୟାଙ୍କିଙ୍ଗ ଭିତ୍ତିରେ ଅଲିମ୍ପିକ କ୍ୱାଲିଫାଏ କରିବା ନିଶ୍ଚିତ ଥିଲା। ମାତ୍ର ସଦ୍ୟତମ ପରିସ୍ଥିତିକୁ ନେଇ ସେ ପ୍ୟାରିସ ଗେମ୍ସରୁ ବଞ୍ଚତ୍ତ ହେବାକୁ ଯାଉଛନ୍ତି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ଜାତୀୟ ଆନ୍ତଃରାଜ୍ୟ ଚାମ୍ପିୟନଶିପ୍‌ରେ ଭାଗ ନେଉଥିବା ଆଥ୍‌ଲେଟମାନଙ୍କ ପ୍ରଥମ ତାଲିକା ମଧ୍ୟରେ ଡି.ପି. ମନୁଙ୍କ ନାମ ରହିଥିଲା। ମାତ୍ର ପରେ ତାଙ୍କୁ ଏଥିରୁ ବାଦ୍‌ ଦିଆଯାଇଥିଲା। ଏଏଫ୍‌ଆଇ ସଭାପତି ଆଡିଲ ସୁମାରିଓ୍ବାଲାଙ୍କୁ ଏ ବିଷୟରେ ପଚରାଯିବାରେ ପ୍ରତିଯୋଗିତାରୁ ମନୁଙ୍କୁ ବାଦ୍‌ ଦେବାଲାଗି ଫେଡେରେଶନକୁ ନାଡା କହିଥିବା ସେ କହିଥିଲେ। ମାତ୍ର ଆଥ୍‌ଲେଟ ଜଣକ କୌଣସି ଡୋପିଙ୍ଗ ଅପରାଧ କରିଛନ୍ତି କି ନା ସେ ବିଷୟରେ କିଛି ସ୍ପଷ୍ଟ କରି ନ ଥିଲା। ଏଏଫ୍‌ଆଇ କାର୍ଯ୍ୟାଳୟକୁ ନାଡାରୁ ଏକ ଫୋନ୍‌ କଲ୍‌ ଆସିଥିଲା। ମନୁଙ୍କୁ ଏଣିକି ପ୍ରତିଯୋଗିତାରୁ ବାରଣ କରିବା ଲାଗି ନିର୍ଦ୍ଦେଶ ଆସିଥିଲା। ସମ୍ଭବତଃ ଏହି ଆଥ୍‌ଲେଟଙ୍କ ସମ୍ପର୍କରେ ନାଡା କୌଣସି ସୂଚନା ପାଇ ଥିଲା। ସୂଚନାଯୋଗ୍ୟ, ଗତ ମେ’ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ଫେଡେରେଶନ କପ୍‌ରେ ମନୁ ୮୨.୦୬ ମିଟର ଥ୍ରୋ କରି ଅଲିମ୍ପିକ ଚାମ୍ପିୟନ ନୀରଜ ଚୋପ୍ରାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। ପରେ ସେ ଜୁନ୍‌ ୧ରେ ତାଇପେ ସିଟିରେ ଅନୁଷ୍ଠିତ ତାଇଓ୍ବାନ ଆଥ୍‌ଲେଟିକ୍ସ ଓପନରେ ୮୧.୫୮ମିଟର ଥ୍ରୋ କରି ସ୍ବର୍ଣ୍ଣ ଜିତିଥିଲେ। ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ଜାଭେଲିନ୍‌ ଥ୍ରୋରେ ୩୨ ଜଣ ଆଥ୍‌ଲେଟ ଭାଗ ନେବେ। ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ ରୋଡ୍‌ ଟୁ ପ୍ୟାରିସ ତାଲିକାରେ ମନୁ ୧୫ତମ ସ୍ଥାନରେ ଅଛନ୍ତି। ଯୋଗ୍ୟତା ହାସଲ ସମୟସୀମା ଜୁନ୍‌ ୩୦ ତାରିଖ ରହିଛି। ଚୋପ୍ରା ଓ କିଶୋର ଜେନା ଅଲିମ୍ପିକ ମାନଦଣ୍ଡ ୮୫.୫୦ ମିଟର ଅଙ୍କ ହାସଲ କରି ଆପେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଛନ୍ତି। ଏକ ଅଲିମ୍ପିକ୍ସ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ଇଭେଣ୍ଟରେ ଗୋଟିଏ ଦେଶର ସର୍ବାଧିକ ୩ଜଣ ଆଥ୍‌ଲେଟ ଅଂଶଗ୍ରହଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ ? ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ, ୦୬।୦୭: ଟି-୨୦ ବିଶ଼୍ବକପ୍‌ରେ ଭାରତୀୟ ଟିମ୍‌ ଚମତ୍କାର ପ୍ରଦର୍ଶନ କରି ବିଶ଼୍ବ ଚାମ୍ପିୟନ୍‌ ହୋଇଛି । ୨୯ ଜୁନ୍‌ରେ ଖେଳା ଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ...

ଅଲମ୍ପିକ୍‌ରେ ଭାଗ ନେବେ କି କୋହଲି-ରୋହିତ୍‌ ? ମୋଦିଙ୍କୁ ରାହୁଲ କହିଲେ…

ନୂଆଦିଲ୍ଲୀ, ୦୬।୦୭: ଟିମ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟକୋଚ ରାହୁଲ ଦ୍ରାବିଡ଼ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ହୋଇଥିବା ସାକ୍ଷାତ ସମୟରେ ଅଲମ୍ପିକ୍‌କୁ ନେଇ କଥା...

ଆନ୍ଥୋନୀ ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌

ଭୁବନେଶ୍ୱର, ୬।୭(ତପନ ସ୍ବାଇଁ): ଓଡ଼ିଶା ଏଫ୍‌ସି ଆଗାମୀ ସିଜନ ପାଇଁ ଆନ୍ଥୋନୀ ଫର୍ନାଣ୍ଡିଜ୍‌ଙ୍କୁ ସହକାରୀ କୋଚ୍‌ ନିଯୁକ୍ତ କରିଛି। ଫଳରେ ଫ୍ଲୟଡ ପିଣ୍ଟୋଙ୍କ ସ୍ଥାନରେ ସେ...

ଚେସ୍‌ ମ୍ୟାଚ୍‌ ଚାଲିଥିବାବେଳେ ହଠାତ୍‌ ଟଳିପଡିଲେ ପ୍ରସିଦ୍ଧ ଗ୍ରାଣ୍ଡମାଷ୍ଟର

ଢାକା,୬।୭: ବାଂଲାଦେଶର ଟପ ଚେସ ଗ୍ରାଣ୍ଡମାଷ୍ଟର ଖେଳ ସମୟରେ ମୃତ୍ୟୁବରଣ କରିଛନ୍ତି। ବାଂଲାଦେଶର ସବୁଠାରୁ ପ୍ରସିଦ୍ଧ ଚେସ ଗ୍ରାଣ୍ଡମାଷ୍ଟର ଜିଆଉର ରେହମାନଙ୍କ ୫୦ ବର୍ଷ ବୟସରେ...

ଟିମ ଇଣ୍ଡିଆର ବିଜୟ ପରେଡରେ ଲାଗିଲା ଚୁନା, ୬୦ରୁ ଅଧିକ ଲୋକଙ୍କ ମୋବାଇଲ ଗାଏବ

ମୁମ୍ବାଇ,୬।୭: ମୁମ୍ବାଇରେ ଭାରତୀୟ କ୍ରିକେଟ ଦଳର ଉତ୍ସବରେ ଯୋଗଦେବା ଅନେକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ଆପଣ ଭାବୁଛନ୍ତି ଏହା କାହିଁକି କୁହାଯାଉଛି ।...

ରାହୁଲ ଦ୍ରାବିଡଙ୍କୁ କୋଚ କରିବା ପାଇଁ ପ୍ରସ୍ତାବ ଦେଲେ ପାକିସ୍ତାନ ସାମ୍ବାଦିକ: ଲୋକେ କହିଲେ…

ନୂଆଦିଲ୍ଲୀ,୬।୭: ଭାରତୀୟ କ୍ରିକେଟ ଦଳ ସହ କୋଚ ଭାବରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟରେ ଟିମ ଇଣ୍ଡିଆ ଟି...

କୋହଲିଙ୍କଠାରୁ ଏମିତି କଥା ଶୁଣି ଖୁସି ହୋଇଗଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୬।୭: ଟି -୨୦ ବିଶ୍ୱକପ ଟ୍ରଫି ଜିତିବା ପରେ ଟିମ ଇଣ୍ଡିଆର ଖେଳାଳିମାନେ ଭାରତରେ ପହଞ୍ଚିଥିଲେ। ଭାରତୀୟ ଖେଳାଳିଙ୍କୁ ସ୍ବାଗତ କରାଯାଇଥିଲା। ଏଥିସହ ଭାରତୀୟ ପ୍ରଧାନମନ୍ତ୍ରୀ...

ଆଜି ଭାରତ-ଜିମ୍ବାଓ୍ବେ ପ୍ରଥମ ଟି-୨୦: ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍‌

ହରାରେ,୬।୭: ଭାରତୀୟ କ୍ରିକେଟ ଦଳ ୨୦୧୬ ପରଠାରୁ ପ୍ରଥମ ଥର ପାଇଁ ଆଫ୍ରିକୀୟ ଦେଶରେ ଦ୍ୱିପାକ୍ଷିକ ସିରିଜ ଖେଳିବ। ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ ଦଳ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri