ସୋସିଆଲ ମିଡିଆରେ ଜଣେ ସେନା ଯବାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିଲେ ଯେ କେହି ଭାବୁକ ହୋଇଯିବ ଏଥିରେ ସନ୍ଦେହ ନାହିଁ। ଭିଡିଓରେ ଜଣେ ଯବାନ ଯବାନଙ୍କ ଜନ୍ମଦିନ ପାଳନ କରାଯାଉଥିବା ଦେଖାଯାଇଛି। ପାଖରେ କେକ୍ ନ ଥିବାରୁ ସାଥୀ ଯବାନମାନେ ବରଫରେ କେକ୍ ପ୍ରସ୍ତୁତ କରି ତା ଉପରେ ବାବୁ ଲେଖି ସେଲିବ୍ରେସନ କରୁଥିବା ନଜର ଆସିଛନ୍ତି। ଠିକ୍ କେକ୍ କାଟିବା ଭଳି ପରଫକୁ କାଟି ବାର୍ଥ ଡେ‘ ବୟଙ୍କ ମୁହଁରେ ଯବାନମାନେ ଲଗାଉଛନ୍ତି। ଏହି ଭିଡିଓଟି ଆଇପିଏସ୍ ପଙ୍କଜ ନୈଜ ନିଜ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓକୁ ୫ ହଜାରରୁ ଅଧିକ ଲୋକ ଦେଖିସାରିଥିବାବେଳେ ୧ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି।