‘ଯବାନ’ରେ ବିଜୟଙ୍କ ଦମ୍‌ଦାର ଲୁକ୍‌, ପୋଷ୍ଟର ରିଲିଜ ପରେ ବଢ଼ିଲା ଉତ୍କଣ୍ଠା

ବମ୍ବେ: କିଙ୍ଗ ଖାଁ ଶାହାରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଯବାନ’କୁ ନେଇ ବଢ଼ୁଛି ଉତ୍କଣ୍ଠା। ନିର୍ମାତାମାନେ ମଧ୍ୟ ପ୍ରଶଂସକଙ୍କ ଲାଗି ଫିଲ୍ମର ପୋଷ୍ଟରକୁ ରିଲିଜ କରୁଛନ୍ତି। ଏହି କ୍ରମରେ ସାଉଥ୍‌ ସୁପରଷ୍ଟାର ବିଜୟ ସେଥୁପଥୀଙ୍କ ଲୁକ୍‌ ଶେୟାର କରାଯାଇଛି। ପୋଷ୍ଟରରେ ତାଙ୍କ ଲୁକ୍‌ ବେଶ ପସନ୍ଦ କରାଯାଉଛି।

କହିରଖୁଛୁ, ସେପ୍ଟେମ୍ବର ୭ରେ ପରଦାକୁ ଆସିବ ‘ଯବନ’। ହିନ୍ଦୀ ସହ ଆଉ ଚାରି ଭାଷାରେ ଏହା ରିଲିଜ କରାଯିବ। ଫିଲ୍ମରେ ଦୁଇ ଅଭିନେତାଙ୍କ ବ୍ୟତିତ ଅଭିନେତ୍ରୀ ନୟନତାରା,ସାନ୍ୟା ମଲହୋତ୍ରା, ପ୍ରିୟାମଣି ଏବଂ ରିଦ୍ଧି ଡୋଗରା ପ୍ରମୁଖ ନଜର ଆସିବେ।

Share