ଭାରତରେ ‘ଜୱାନ’ର ଆଡଭାନ୍ସ ବୁକିଂ ଆରମ୍ଭ

ମୁମ୍ବାଇ: ପ୍ରଶଂସକମାନେ ଶାହରୁଖ ଖାନଙ୍କ ଫିଲ୍ମ ‘ଜୱାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର ୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଏବଂ ପ୍ରଶଂସକମାନେ ଏହାର ଆଡଭାନ୍ସ ବୁକିଂ ଆରମ୍ଭକୁ ଅପେକ୍ଷା କରି ରହିଛନ୍ତି। ତେବେ କିଛି ଦିନ ପୂର୍ବରୁ ବିଦେଶରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିଲା ଏବଂ ଶେଷରେ ଭାରତରେ ମଧ୍ୟ ‘ଜୱାନ’ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଏହି ପୋଷ୍ଟ ଶେୟାର କରି ଶାହାରୁଖ ଖାନ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି। ‘ଜୱାନ’ର ଟ୍ରେଲର ସହିତ ଶାହରୁଖ ଶୁକ୍ରବାର ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହେବା ନେଇ କହିଥିଲେ।

 

 

Share