‘ଯବାନ’ କ୍ରେଜ୍‌, ହଲ୍‌ରେ ନାଚିଲେ ଦର୍ଶକ

ଶାହରୁଖ ଖାନ୍‌ଙ୍କୁ ବହୁପ୍ରତିକ୍ଷୀତ ଫିଲ୍ମ ‘ଯବାନ’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମକୁ ନେଇ ଯୁବକଙ୍କ ମଧ୍ୟରେ ବହୁତ୍‌ କ୍ରେଜ ରହିଛି। ବହୁ ସଂଖ୍ୟାରେ ଦର୍ଶକ ସକାଳେ ପ୍ରଥମ ଶୋ’ ଦେଖିବା ପାଇଁ ପହଞ୍ଚିଛନ୍ତି। କେତେକ ହଲ୍‌ରେ ଦର୍ଶକ ନାଚୁଥିବାର ଦେଖାଯାଇଛି। ଯିଏ ଏହି ଫିଲ୍ମ ଦେଖୁଛି ସେ ଏହାକୁ ପ୍ରଶଂସା କରୁଛି। ‘ଯବାନ’ର ପ୍ରଶଂସକମାନେ ଏହାକୁ ଏକ ବ୍ଲକବଷ୍ଟର ଫିଲ୍ମ ବୋଲି କହୁଛନ୍ତି।
୩୦୦ କୋଟି ବଜେଟରେ ନିର୍ମିତ ହୋଇଥିବା ‘ଯବାନ’ ହିନ୍ଦୀ, ତାମିଲ ଓ ତେଲଗୁ ଭାଷାରେ ମୁକ୍ତିଲାଭ କରିଛି। ଫିଲ୍ମରେ ସୁପରଷ୍ଟାର ଶାହରୁଖ ଦମଦାର ଆକ୍ସନ ରହିଛି। ପ୍ରସିଦ୍ଧ ନିର୍ଦ୍ଦେଶକ ଏଟଲିଙ୍କ ନିର୍ଦ୍ଦେଶିତ ‘ଯବାନ’ ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ, ନୟନତାରା, ସାନ୍ନ୍ୟା ମାଲହୋତ୍ରା, ସୁନୀଲ ଗ୍ରୋଭର, ଯୋଗୀ ବାବୁ ଏବଂ ବିଜୟ ସେତୁପତିଙ୍କୁ ଭିନ୍ନ ଏକ ଅନ୍ଦାଜରେ ଦେଖିବାକୁ ମିଳିବ।
ସାରାଦେଶରେ ‘ଯବାନ’ ଫିଲ୍ମ ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗିଛି। ପ୍ରଥମ ଦିନରେ ଫିଲ୍ମ ‘ଯବାନ’ ୭୦ କୋଟି ଊର୍ଦ୍ଧ୍ୱ ଆୟ କରିବ ବୋଲି ସମ୍ଭାବନା ରହିଛି।

Share