ସୀମାନ୍ତରେ ଆଇଇଡି ନିଷ୍କ୍ରିୟକଲେ ଯବାନ

ମାଲକାନଗିରି,୨୯ା୧୦ (ଦୁର୍ଯ୍ୟୋଧନ ପାତ୍ର)ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ଘୋଟୁଲପାରାରେ ଖଞ୍ଜାଯାଇଥିବା ଏକ ୪ କେଜିର ଆଇଇଡି ବୋମାକୁ ଶନିବାର ଯବାନମାନେ ନିଷ୍କ୍ରିୟ କରିଛନ୍ତି। ସୂଚନା ଅନୁଯାୟୀ, ଛତିଶଗଡ଼ ବିଧାନସଭା ନିର୍ବାଚନ ଥିବାରୁ ମାଓବାଦୀ ଦମନ ସର୍ଚ୍ଚ ଅପରେଶନକୁ ଯବାନମାନଙ୍କୁ ପକ୍ଷରୁ ଜୋର୍‌ଦାର କରାଯାଇଛି। ଏହି କ୍ରମରେ ମାଓବାଦୀ ଉପଦ୍ରବ ଥିବା ସ୍ଥାନ ଘୋଟୁଲପାରାରେ ପୋଲିସ, ବସ୍ତର ଫାଇଟର, ଡିଆର୍‌ଜି ଯବାନଙ୍କ ଦ୍ୱାରା ମିଳିତ ଭାବେ ସର୍ଚ୍ଚ ଅପରେଶନ କରାଯାଉଥିବା ବେଳେ ଜଙ୍ଗଲ ମଧ୍ୟରେ ମାଓବାଦୀମାନେ ପୂର୍ବରୁ ଲଗାଇଥିବା ଏକ ୪ କେଜି ଓଜନର ଆଇଇଡି ବୋମା ଲଗାଯାଇଥିବା ସୁରାକ ପାଇଥିଲେ। ତେବେ ପୋଲିସର ବୋମା ନିଷ୍କ୍ରିୟକାରୀ ଦଳ ତୁରନ୍ତ ଉକ୍ତ ବୋମାକୁ ଘଟଣାସ୍ଥଳରେ ନିଷ୍କ୍ରିୟ କରିଥିଲେ।

Share