ଜନ୍ମମାଟିରେ ପହଞ୍ଚିଲା ଯବାନଙ୍କ ମରଶରୀର

କେସିଙ୍ଗା, ୧୯।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ବେଲଖଣ୍ଡି ଗାଁର ବିଏସ୍‌ଏଫ ଯବାନ ଈଶ୍ୱର ଚନ୍ଦ୍ର ଦୋରାଙ୍କ ମୃତ୍ୟୁ ଘଟିଛି। ଈଶ୍ୱର ୨୦୦୯ରେ ବିଏସଏଫ୍‌ ଯବାନ ଭାବେ ନିଯୁକ୍ତି ପାଇଥିଲେ। ରବିବାର ତାଙ୍କ ପାର୍ଥିବ ଶରୀର ଜନ୍ମମାଟିକୁ ଅଣାଯାଇଛି। ଅମାଠଛକଠାରେ ତାଙ୍କୁ ମରଶରୀରକୁ ସ୍ବାଗତ କରାଯାଇଥିଲା।
ଏହି ସମୟରେ କଳାହାଣ୍ଡି ଅତିରିକ୍ତ ଜିଲାପାଳ, କଳାହାଣ୍ଡି ଆଡିଶନାଲ ଏସ୍‌ପି, କେସିଙ୍ଗା ଏସ୍‌ଡିପିଓ, କେସିଙ୍ଗା ତହସିଲଦାର, କଳାହାଣ୍ଡି ଜିଲାପରିଷଦ ଅଧ୍ୟକ୍ଷ ଓ ବିଭିନ୍ନ ଅଞ୍ଚଳର  ହଜାର ହଜାର ଯୁବକ  ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ। ପରିବେଶ ଶୋକାକୂଳ ହୋଇଯାଇଥିଲା।
ତ୍ରିପୁରାରେ ଡ୍ୟୁଟିରେ ଥିବାବେଳେ ଗୁରୁବାର ରାତିରେ ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହୋଇଥିବା ସୂଚନା ମିଳିଛି। ଏହି ଖବର ଆସିବା ପରେ ପରିବାର ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଈଶ୍ୱରଙ୍କ ମୃତଦେହ ଜନ୍ମମାଟି ବେଲଖଣ୍ଡି ଅଣାଯାଉଥିବା ତାଙ୍କର ସମ୍ପର୍କୀୟ କହିଥିଲେ।
Share