Advertisement

ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ

କୋରାପୁଟ,୨୭ା୯(ଅମିତାଭ ବେହେରା): କୋରାପୁଟ ଜିଲା ସୁନାବେଡ଼ା ନିକଟ ରାଜପୁଟଠାରେ ଥିବା ୨୦୨ କୋବ୍ରା ବାଟାଲିଆନର ଜଣେ ଯବାନ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଆମତ୍ହତ୍ୟା କରିଥିବା ଜଣାଯାଇଛି ା ମୃତ ଯବାନ ହେଲେ ସେର ଦିଲ୍ଲୀପ। ତାଙ୍କ ଘର ଗୁଜରାଟର ଦ୍ୱାରିକା ଜିଲାର ଜରେରା ଗ୍ରାମରେ ବୋଲି ଜଣାପଡ଼ିଛି। ବୁଧବାର ଭୋର୍‌ରୁ ଏହି ଘଟଣା ଘଟିଥିବା କୋବ୍ରା ବାଟାଲିଆନ ପକ୍ଷରୁ ଜଣାଯାଇଛି। ସେତେବେଳେ ଯବାନ ସେର ଦିଲ୍ଲୀପ କୋବ୍ରା ବାଟାଲିଆନର ଗେଟ୍‌ ନଂ ୨ରେ କାର୍ଯ୍ୟରତ ଥିଲେ। କୌଣସି କାରଣ ଯୋଗୁ ସେ ନିଜ ବନ୍ଧୁକରୁ ନିଜକୁ ଗୁଳି କରିଦେଇଥିଲେ। ଖବର ପାଇ ନିକଟରେ ଥିବା ଯବାନଙ୍କ ଅନ୍ୟ ସାଥୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହିତ ସୁନାବେଡ଼ା ପୋଲିସକୁ ଏନେଇ ଖବର ଦେଇଥିଲେ। ସୁନାବେଡ଼ା ପୋଲିସ ଯବାନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏନେଇ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରଛି।ତେବେ ବର୍ତ୍ତମାନ ସୁଧା ଦିଲ୍ଲୀପ କେଉଁ କାରଣରୁ ନିଜକୁ ଗୁଳି କଲେ ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ସୁନାବେଡ଼ା ଥାନା ପୋଲିସ ପକ୍ଷରୁ ଜଣାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel