୩୦୦ କୋଟି କ୍ଲବରେ ‘ଯବାନ’

ବଲିଉଡର କିଙ୍ଗ ଖାନ ଶାହରୁଖ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ‘ପଠାନ’ ପରେ ‘ଯବାନ’ ଏବେ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ସାରା ବିଶ୍ୱରେ ୩୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରି ଇତିହାସ ସୃଷ୍ଟି କରିଛି। କିଙ୍ଗ ଖାନଙ୍କ ଏହି ଫିଲ୍ମ ପାଇଁ ଦର୍ଶକଙ୍କ କ୍ରେଜ ଦ୍ରୁତ ଗତିରେ ବଢିବାରେ ଲାଗିଛି ଏବଂ ‘ଯବାନ’ ଦେଖିବା ପାଇଁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି।
୩୦୦ କୋଟି ବଜେଟରେ ନିର୍ମିତ ହୋଇଥିବା ‘ଯବାନ’ ହିନ୍ଦୀ, ତାମିଲ ଓ ତେଲଗୁ ଭାଷାରେ ମୁକ୍ତିଲାଭ କରିଛି। ଫିଲ୍ମରେ ସୁପରଷ୍ଟାର ଶାହରୁଖ ଦମଦାର ଆକ୍ସନ ରହିଛି। ପ୍ରସିଦ୍ଧ ନିର୍ଦ୍ଦେଶକ ଏଟଲିଙ୍କ ନିର୍ଦ୍ଦେଶିତ ‘ଯବାନ’ ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ, ନୟନତାରା, ସାନ୍ନ୍ୟା ମାଲହୋତ୍ରା, ସୁନୀଲ ଗ୍ରୋଭର, ଯୋଗୀ ବାବୁ ଏବଂ ତା’ ସହିତ ବିଜୟ ସେତୁପତିଙ୍କୁ ଭିନ୍ନ ଏକ ଅନ୍ଦାଜରେ ଦେଖିବାକୁ ମିଳିଛି।

Share