ପାଣି ମୁନ୍ଦାଏ ପାଇଁ ଡହଳବିକଳ: ଜଙ୍ଗଲରେ ବର୍ଷାପାଣି ପିଉଛନ୍ତି ଯବାନ

ମାଲକାନଗିରି, ୧୧ା୭(ଦୁର୍ଯ୍ୟୋଧନ ପତ୍ର)ଛତିଶଗଡ ଜଙ୍ଗଲ ଓ ମାଓବାଦୀ ଉପଦ୍ରବ ଅଞ୍ଚଳରୁ ଆସିଲା କିଛି ଆଶ୍ଚର୍ଯ୍ୟ କରୁଥିବା ଚିତ୍ର। ମାଓବାଦୀ ଦମନ ପାଇଁ ଯବାନମାନେ କେମିତି ନଇ ନାଳ ଦେଇ ଅପରେଶନ ସାରି କ୍ୟାମ୍ପକୁ ଫେରୁଛନ୍ତି ଓ ଜଙ୍ଗଲରେ କିପରି ଜୀବନ ଅତିବାହିତ କରୁଛନ୍ତି ତାହା ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବେ। ତଲାସିରେ ନିହତ ହୋଇଥିବା ମହିଳା ମାଓବାଦୀଙ୍କ ମୃତଦେହ କାନ୍ଧେଇ ନଇ ନାଳ ଅତିକ୍ରମ କରୁଛନ୍ତି ଯବାନ। ଏହା ସହ ଅପରେଶନ ସମୟରେ ଯେତେବେଳେ ପିଇବା ପାଇଁ ପାଣି ନ ଥାଏ, ସେତିକି ବେଳେ ପଲିଥିନରେ ବର୍ଷା ପାଣି ସଂଗ୍ରହ କରି ଯବାନମାନେ ସେଇ ପାଣି ବୋତଲରେ ଭର୍ତ୍ତିକରି ପିିଉଛନ୍ତି। ମଙ୍ଗଳବାର ଛତିଶଗଡ କାଂକେର ଜିଲା ଛେଟେବେଟିଆ ଥାନା ବିନାଗୁଣ୍ଡା ଜଙ୍ଗଲରେ ଡିଆର୍‌ଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଘଟଣାସ୍ଥଳରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଓ ଗୁଳି ବନ୍ଧୁକ ଜବତ ହୋଇଥିଲା। ସେହି ସମୟରେ ଏହିପରି କିଛି ଚିତ୍ର ସାମନାକୁ ଆସିଛି।

Share