ସବୁଠି ‘ଜୱାନ୍‌’ଯୋଶ୍‌

ଭୁବନେଶ୍ୱର,୮।୯(ଶର୍ମିଷ୍ଠା ପାଣିଗ୍ରାହୀ): ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜୱାନ୍‌’। ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଦେଖିବାକୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପ୍ରେକ୍ଷାଳୟରେ ସକାଳ ୬ଟାରୁ ଲାଗିଛି ଭିଡ଼। ହାଉସ୍‌ଫୁଲ୍‌ ଦର୍ଶକଙ୍କ ସାଙ୍ଗକୁ ତାଳି, ସିଟି, ଡ୍ୟାନ୍ସରେ କମ୍ପିଉଠିଛି ପ୍ରେକ୍ଷାଳୟ। ଅତି ଜୋସ୍‌ର ସହ ଜୱାନ୍‌କୁ ସ୍ବାଗତ କରିଛନ୍ତି ଶାହାରୁଖ୍‌ ଖାନ୍‌ଙ୍କ ଫ୍ୟାନ୍ସ। ଏକସଙ୍ଗେ ହିନ୍ଦୀ, ତାମିଲ୍‌ ଓ ତେଲୁଗୁ ଭାଷାରେ ଏହି ଫିଲ୍ମ ରିଲିଜ ହୋଇଛି। ସାରା ଦେଶରେ ମଲ୍‌ଟିପ୍ଲେକ୍ସ ଓ ସିଙ୍ଗଲ ସ୍କ୍ରିିନିଂକୁ ମିଶାଇ ପ୍ରାୟ ୫ହଜାରରୁ ଅଧିକ ହଲ୍‌ରେ ଫିଲ୍ମଟି ରିଲିଜ ହୋଇଛି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଅଟ୍‌ଲି ଦେଇଥିବା ବେଳେ ଅନିରୁଦ୍ଧ ରଭିଚନ୍ଦର ଏହାର ସଙ୍ଗୀତ ଦାୟିତ୍ୱ ତୁଲାଇଛନ୍ତି। ଚଳଚ୍ଚିତ୍ରଟିରେ ସାଉଥ୍‌ ଓ ବଲିଉଡର ରିମିକ୍ସ ଦେଖିବାକୁ ମିଳିଛି। ଶାହାରୁଖ୍‌ ମୁଖ୍ୟ ଭୂମିକାରେ ଥିବା ବେଳେ ଭିଲିଆନ୍‌ ଚରିତ୍ରରେ ସାଉଥ୍‌ ଷ୍ଟାର ବିଜୟ ସେଥୁପଥି ଓ ଅଭିନେତ୍ରୀ ନୟନତାରାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ନୟନତାରାଙ୍କ ସହ ପ୍ରଥମଥର ପାଇଁ ଅନସ୍କ୍ରିନ୍‌ରେ ରୋମାନ୍ସ କରିଛନ୍ତି କିଙ୍ଗ୍‌ ଖାନ୍‌। ସେହିପରି ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ଏକ ଦମ୍‌ଦାର୍‌ ଚରିତ୍ରରେ ଫିଲ୍ମରେ ଅଭିନୟ କରିଛନ୍ତି। ପ୍ରଥମ ଦିନରେ ଅଗ୍ରିମ ବୁକିଂ ୧୦ଲକ୍ଷରୁ ଅଧିକ ଟପିଛି। ଏପରିକି ଅଗ୍ରିମ ବୁକିଂ ପାଇଁ ଏବେ ଟିକେଟ୍‌ ଶୋ’ କରୁନିି। ଚଳଚ୍ଚିତ୍ରଟି ୩୦୦ କୋଟି ବଜେଟରେ ପ୍ରସ୍ତୁତ ହୋଇଥିବାବେଳେ ପ୍ରଥମ ଦିନରେ ୫୦କୋଟିରୁ ଅଧିକ ଆୟ ହେବ ବୋଲି ଆଶା କରାଯାଉଛି। ସୋସିଆଲ ମିଡିଆରେ ମଧ୍ୟ ଜୱାନ୍‌କୁ ନେଇ କ୍ରେଜ ବଢ଼ିବାରେ ଲାଗିଛି। ଯୁବପିଢ଼ି ଆଜି ଜୱାନ୍‌ ଡେ ଲେଖି ସୋସିଆଲ ମିଡିଆରେ ରିଲ୍ସ ଓ ଫଟୋ ପୋଷ୍ଟ କରିଛନ୍ତି।

ମାସ୍‌ ଏଣ୍ଟରଟେନିଙ୍ଗ ଫିଲ୍ମ। ଅଟ୍‌ଲି ତାଙ୍କ ଷ୍ଟାଇଲରେ ହିଁ ଚଳଚ୍ଚିତ୍ର ବନେଇଛନ୍ତି, ବକ୍ସ ଅଫିସ୍‌ରେ ବୋବାଲ କରିବ। ଶାହାରୁଖ୍‌ଙ୍କ ଚଳଚ୍ଚିତ୍ର ପଠାନଠାରୁ ଜୱାନ୍‌ ବହୁତ ଭଲ ହୋଇଛି। ସମସ୍ତଙ୍କ ଆକ୍ସନ, ଅଭିନୟ ସୁନ୍ଦର। ଅଭିନେତ୍ରୀ ନୟନତାରାଙ୍କ ଫାଇଟ୍‌ ସିିନ୍‌ ଜବରଦସ୍ତ ହୋଇଛି। କାହାଣୀଟି କିନ୍ତୁ ବହୁତ ଶୀଘ୍ର ଶୀଘ୍ର ହେଲା ଭଳି ଲାଗିଲା। ଗୋଟିଏ ସିନ୍‌ ନ ସରୁଣୁ ଆଉ ଗୋଟେ ଆସିଯାଉଥିଲା। ପ୍ରାୟ ସିନ୍‌ ଦେଖି ଲାଗୁଥିଲା ଏଟା ଆଉ କେଉଁଠୁ ନା କେଉଁଠୁ ଆସିଛି। ବିଜିଏମ୍‌, ମ୍ୟୁଜିକ୍‌ ସହ ଫିଲ୍ମର ଏକ୍ଜିକ୍ୟୁସନ୍‌ ବହୁତ ଭଲ ରହିଛି। ହଲ୍‌ରେ ପ୍ରତି ସିନ୍‌ରେ ଦର୍ଶକ ତାଳି ମାରୁଥିଲେ।
– ସୁକୁମାର ସାହୁ, ଦର୍ଶକ
ଶାହାରୁଖ୍‌ଙ୍କ କିଛି ବି ଫିଲ୍ମ ଆସିଲେ ଆମେ ସବୁ ମିଶି ସେଲିବ୍ରେସନ୍‌ କରୁ। ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ପୂର୍ବ ରେକର୍ଡ ଭାଙ୍ଗିଛି। ଫିଲ୍ମ ଆସିବା ଆଗରୁ ହିଁ ଜାଣିଥିଲି ଏହା ସବୁ ରେକର୍ଡ ଭାଙ୍ଗିବ। ଆମ କ୍ଲବର ସମସ୍ତେ ଶାହାରୁଖ୍‌ଙ୍କ ଫିଲ୍ମକୁ ଅପେକ୍ଷା କରିଥାଉ। ଜୱାନ୍‌ ନିଶ୍ଚିତ ବକ୍ସ ଅଫିସ୍‌ରେ ସବୁ ରେକର୍ଡ ଭାଙ୍ଗିବ। କେବଳ ଏହି ସପ୍ତାହ ନୁହେଁ, ଆସନ୍ତା ସପ୍ତାହରେ ମଧ୍ୟ ଏଭଳି ଭିଡ଼ ରହିବ। – ଶିବାନୀ ଦାସ, ଦର୍ଶକ
ଶାହାରୁଖଙ୍କ ଏହି ଫିଲ୍ମ ଭଲ ବିଜ୍‌ନେସ୍‌ କରିବ। ଫିଲ୍ମକୁ ସମସ୍ତେ ଥରେ ଯାଇ ଦେଖିବା ଉଚିତ୍‌। ଫିଲ୍ମଟି ଖୁବ୍‌ ମନୋରଞ୍ଜନଧର୍ମୀ। ମୁଁ ଏହାକୁ ୫ରୁ ୪.୫ ପଏଣ୍ଟ ଦେବି। ବଲିଉଡରେ ଏବେ ନୂଆ ରଜନୀକାନ୍ତଙ୍କୁ ଦେଖିବାକୁ ମିଳିଲା। ରଜନୀକାନ୍ତଙ୍କ ଉପସ୍ଥିତିକୁ ପୁରା ଅନୁଭବ କରାଇଛନ୍ତି ଶାହାରୁଖ ଖାନ୍‌। ଏଭଳି ଏକ ଚଳଚ୍ଚିତ୍ର ଭେଟି ଦେଇଥିବାରୁ ନିର୍ଦ୍ଦେଶକ ଓ ତାଙ୍କ ପୂରା ଟିମ୍‌ଙ୍କୁ ଧନ୍ୟବାଦ।
– ଅକ୍ଷୟ କୁମାର ପରିଜା, ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଟିଂ ସେଟ୍‌ରେ ମୋର ମୃତ୍ୟୁ ହେଉ: ଶାହାରୁଖ ଖାନ୍‌

ମୁମ୍ବାଇ: ଶାହରୁଖ ଖାନଙ୍କୁ ବଲିଉଡର କିଙ୍ଗ ଖାନ ବୋଲି କୁହାଯାଏ। ବଲିଉଡ ଅଭିନେତା ଶାହାରୁଖ ଖାନ ଜଣେ ଏଭଳି ବ୍ୟକ୍ତିତ୍ବ ଯିଏ ସାରା ବିଶ୍ୱରେ ଖ୍ୟାତି...

ସଲମାନ କେମିତି କ୍ଷମା ମାଗିଲେ ମାନି ଯିବେ ଲରେନ୍ସ, ଜାଣନ୍ତୁ କ୍ଷମା ମାଗିବାକୁ କ’ଣ ରହିଛି କଡା ନିୟମ

ମୁମ୍ବାଇ,୧୮।୧୦: ରାଜାନେତା ବାବା ସିଦ୍ଦିକୀଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ଘର ନିକଟରେ ଆସୁଥିବା ଲୋକଙ୍କ ଉପରେ...

‘ବାବା ସିଦ୍ଧକିଙ୍କଠାରୁ ଖରାପ ହେବ ଅବସ୍ଥା’; ପୁଣି ଭାଇଜାନଙ୍କୁ ଧମକ ମିଳିବା ପରେ ଚିନ୍ତାରେ ପରିବାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ। ମୁମ୍ବାଇ ପୋଲିସକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଏକ ବାର୍ତ୍ତା ମିଳିଛି। ଯେଉଁଥିରେ ଅଭିନେତାଙ୍କୁ...

ବିଶ୍ୱର ସବୁଠୁ ହ୍ୟାଣ୍ଡ୍‌ସମ୍‌ ଆକ୍ଟର କିଏ ଜାଣନ୍ତି: ଏହି ସ୍ଥାନରେ ଅଛନ୍ତି ଶାହରୁଖ

ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ ହେଉଛନ୍ତି ଭାରତର ସବୁଠାରୁ ବଡ ତାରକା। ସେ ଅନେକ ଫିଲ୍ମରେ କାମ କରିଛନ୍ତି ଏବଂ ପ୍ରତ୍ୟେକ ଥର ସେ ନିଜର...

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

ସଲମାନଙ୍କ ହତ୍ୟା ଷଡଯନ୍ତ୍ର କରିଥିବା ଶାର୍ପ ସୁଟର ଗିରଫ, ବେଶ ବଦଳାଇ ହୋଟେଲରେ ଲୁଚିଥିଲେ

ମୁମ୍ବାଇ,୧୭।୧୦: ମହାରାଷ୍ଟ୍ରର ନାଭି ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ଫାର୍ମ ହାଉସର ରେକି କରିଥିବା ଶୁଟରଙ୍କୁ ଗିରଫ କରିଛି। ହରିୟାଣାର ପାନିପତରୁ ଶୁଟର ସୁକ୍‌ଖାଙ୍କୁ ପୋଲିସ...

ହୋଟେଲ ବାଲକୋନିରୁ ଖସି ପଡ଼ି ଲୋକପ୍ରିୟ ହଲିଉଡ୍‌ ଷ୍ଟାରଙ୍କ ମୃତ୍ୟୁ, ପ୍ରଶଂସକ ସ୍ତବ୍ଧ !

ମୁମ୍ବାଇ: ‘ଓ୍ବାନ୍‌ ଡାଇରେକ୍ସନ’ ବ୍ୟାଣ୍ଡର ପୂର୍ବତନ ସଦସ୍ୟ ଲିଆମ୍‌ ପେନ୍‌ଙ୍କ ଦେହାନ୍ତ ହୋଇଛି। ବୁଧବାର ଆର୍ଜେଣ୍ଟିନାର ବୁଏନୋସ୍‌ ଆଇରେସ୍‌ରେ ଥିବା ନିଜ ହୋଟେଲର ବାଲକୋନି ଖସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri