ରିଲିଜ ବିନା ୧୩ କୋଟି ଟଙ୍କାର ଗ୍ରସ କଲେକଶନ କଲା ‘ଯବାନ’

ମୁମ୍ବାଇ: ବଲିଉଡ କିଙ୍ଗ ଖାଁଙ୍କ ଅପକମିଂ ଫିଲ୍ମ ‘ଯବାନ’ର ଆଡଭାନ୍ସ ବୁକିଂ ଜଙ୍ଗଲର ନିଆଁ ଭଳି ବଢି ଚାଲିଛି। ବୁକିଂ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ଫିଲ୍ମର ଟିକେଟ ଏତେ ପରିମାଣରେ ବିକ୍ରି ହୋଇଛି କି ସିନେମା ହଲରେ ବସିବାକୁ ଆଉ ସ୍ଥାନ ନାହିଁ। ଶାହାରୁଖ ଖାଁଙ୍କ ଏହି ମୁଭି ନିଜର ମୁଭି ‘ପଠାନ’ର ରେକର୍ଡକୁ ବି କାଟି ଦେଇଛି।
କିଛି ସମୟ ପୂର୍ବରୁ ଫିଲ୍ମର ଟ୍ରେଲର ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢି ଯାଇଛି। ଶୁକ୍ରବାର ସକାଳ ୧୦ଟାରେ ଅଫିସିୟାଲି ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହେବା ପରେ ମାତ୍ର ୧ଘଣ୍ଟା ମଧ୍ୟରେ ୫୦ ହଜାର ଟିକେଟ ବିକ୍ରି ହୋଇ ଯାଇଥିଲା। ସଦ୍ୟତମ ସୂଚନା ଅନୁଯାୟୀ, ପ୍ରତିଦିନ ଯବାନର ପ୍ରାୟ ୪ଲକ୍ଷରୁ ଅଧିକ ଟିକେଟ ଆଡଭାନ୍ସ ବୁକିଂ ହେଉଛି। ଏହା ରିଲିଜ ପୂର୍ବରୁ କେବଳ ଟିକେଟ ବିକ୍ରି କରି ଫିଲ୍ମ ୧୩ କୋଟି ଗ୍ରସ ଇନକମ କରି ସାରିଲାଣି।

ଦେଶ ଅପେକ୍ଷା ବିଦେଶରେ ଦେଖିବାକୁ ମିଳିଛି ‘ଯବାନ’ର କ୍ରେଜ। ବିଦେଶରେ ‘ଯବାନ’ର ଆଡଭାନ୍ସ ବୁକିଂ ପ୍ରାୟ ଏକ ମାସ ପୂର୍ବରୁ ଚାଲିଛି। ଆମେରିକାରେ ଶାହାରୁଖଙ୍କ ଫିଲ୍ମ ପାଇଁ ୨୫ ହଜାରରୁ ଅଧିକ ଟିକେଟ ବୁକ ହୋଇଛି। ଏଥି ସହିତ, ବ୍ରିଟେନରେ, ଫିଲ୍ମର ବୁକିଂରେ ୧ ଲକ୍ଷ ୧୫ ହଜାର ପାଉଣ୍ଡରୁ ଅଧିକ ଅର୍ଥ ସଂଗ୍ରହ ହୋଇଛି।

Share