ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଯବାନ

ମୁମ୍ବାଇ: ଶାହାରୁଖ ଖାନ, ନୟନତାରା ଏବଂ ବିଜୟ ସେତୁପତିଙ୍କ ଅଭିନୀତ ମୁଭି ଯବାନ ୭ ସେପ୍ଟେମ୍ବରରେ ସିନେମା ହଲରେ ରିଲିଜ ହୋଇଛି ଏବଂ ଆଡଭାନ୍ସ ବୁକିଂରେ ଭଲ ଆୟ କରିବା ପରେ ଏହାର କଲେକସନ ବକ୍ସ ଅଫିସରେ ଜାରି ରହିଛି। ଏବେ ଏହି ମୁଭି ଅନେକ ରେକର୍ଡ କରୁଥିବା ନଜର ଆସିଛି। କିନ୍ତୁ କିଛି ପ୍ରଶଂସକ ଫିଲ୍ମର ଓଟିଟି ରିଲିଜକୁ ଅପେକ୍ଷା କରିଛନ୍ତି ଯାହା ଦ୍ୱାରା ସେମାନେ କିଙ୍ଗ ଖାଁଙ୍କ ବ୍ଲକବଷ୍ଟର ଫିଲ୍ମ ଘରେ ବସି ଦେଖିପାରିବେ।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ରିଲିଜ ହେବାର କିଛି ମାସ ପରେ ଯବାନର ଓଟିଟି ରାଇଟ୍ସ କିଣିବାରେ ନେଟଫ୍ଲିକ୍ସ ଆଗରେ ରହିଛି। ଯଦିଓ ଏହା ସରକାରୀ ନୁହେଁ । ଅନେକ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ସାଟେଲାଇଟ ରାଇଟ୍ସ ୨୫୦କୋଟିରେ ବିକ୍ରି ହୋଇଛି, ଯେଉଁଥିରେ ଏହାର ଡିଜିଟାଲ ରାଇଟ୍ସ, ସାଟେଲାଇଟ ଆଣ୍ଡ ମ୍ୟୁଜିକ ରାଇଟ୍ସ ମଧ୍ୟ ରହିଛି। ମୁଭିଟି ରିଲିଜ ହେବାର ୪୫ ରୁ ୬୦ ଦିନ ପରେ ଓଟିଟି ପ୍ଲାଟଫର୍ମରେ ପ୍ରିମିୟର୍‌ ହେବାର ସମ୍ଭାବନା ଅଛି, ଯାହା ଅକ୍ଟୋବର ଶେଷ ସୁଦ୍ଧା ହୋଇପାରେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଶାହାରୁଖଙ୍କ ଅଭିନୀତ ମୁଭି ‘ପଠାନ’ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଥିଲା।

Share