ଶାହରୁଖ ଖାନଙ୍କ ଅଭିନୀତ ‘ଯବାନ’ ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରୁଛି। ସମସ୍ତେ ଏହାର ପଜିଟିଭ୍ ରିଭ୍ୟୁ ଦେଉଛନ୍ତି। ଦର୍ଶକ ଶାହାରୁଖଙ୍କ ଡବଲ ରୋଲ୍କୁ ବହୁତ ପସନ୍ଦ କରୁଛନ୍ତି। ‘ଯବାନ’ ଖୁବ ଶୀଘ୍ର ୪୦୦ କୋଟି ଟଙ୍କାର କ୍ଲବରେ ଯୋଗଦେବାକୁ ଯାଉଛି। ଫିଲ୍ମଟି ମାତ୍ର ୭ ଦିନ ମଧ୍ୟରେ ଏତେ ଆୟ କରିଛି। ‘ଯବାନ’ ପ୍ରେକ୍ଷାଳୟରେ କମାଲ୍ କରିଥିବାବେଳେ ବର୍ତ୍ତମାନ ପ୍ରଶଂସକମାନେ ଏହାର ଓଟିଟି ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ‘ଯବାନ’ର ଓଟିଟି ରାଇଟ୍ସ ବିକ୍ରି ହୋଇଛି ।
ଶାହାରୁଖ ଖାନଙ୍କ ‘ଯବାନ’ କେବଳ ବକ୍ସ ଅଫିସରେ ଭଲ ରୋଜଗାର କରୁନାହାଁନ୍ତି, ଏହାର ଓଟିଟି ରାଇଟ୍ସ ଅଧିକାର ମଧ୍ୟ କୋଟି କୋଟି ଟଙ୍କାରେ ବିକ୍ରି ହୋଇଛି। ନେଟଫ୍ଲିକ୍ସ ‘ଯବାନ’ର ଓଟିଟି ରାଇଟ୍ସ କିଣିଛି। ‘ଯବାନ’ର ଓଟିଟି ରାଇଟ୍ସ ୨୫୦ କୋଟିରେ ବିକ୍ରି ହୋଇଛି। ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ସୂଚନା ଦିଆଯାଇ ନାହିଁ।
‘ଯବାନ’ର ଓଟିଟି ରିଲିଜ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ। ନିୟମ ଅନୁଯାୟୀ, ଯେକୌସି ଚଳଚ୍ଚିତ୍ର ଏହାର ରିଲିଜ ହେବାର ୪ ସପ୍ତାହ ପରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରେ। କିନ୍ତୁ ‘ଯବାନ’ ଆୟ କରୁଥିବାରୁ ଏହା ଟିକେ ବିଳମ୍ବରେ ଓଟିଟିରେ ଆସିବ।
‘ଯବାନ’ ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ଭଲ କଲେକ୍ସନ କରୁଛି। ବିଶ୍ୱବ୍ୟାପୀ ‘ଯବାନ’ ଆୟରେ ୬୦୦ କୋଟି ଟଙ୍କା ଅତିକ୍ରମ କରିଛନ୍ତି।