ରିଲିଜ୍‌ ହେବାର ୨୨ ଦିନ ପୂର୍ବରୁ ଏହି ଦେଶରେ ଆରମ୍ଭ ହେଲା ‘ଜୱାନ’ ର ଆଡଭାନ୍ସ ବୁକିଂ

ମୁମ୍ବାଇ: ଅଭିନେତା ଶାହରୁଖ ଖାନ ଏବଂ ନୟନତାରାଙ୍କ ଅଭିନୀତ ଫିଲ୍ମ ‘ଜୱାନ’ ସେପ୍ଟେମ୍ବର ୭ରେ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଯାହାର ପ୍ରିଭ୍ୟୁ ଏବଂ ଦୁଇଟି ଗୀତ ମୁକ୍ତିଲାଭ କରିସାରିଛି। ତେବେ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ଆଡଭାନ୍ସ ବୁକିଂକୁ ଅପେକ୍ଷା କରିଛନ୍ତି। ଏହି ସମୟ ମଧ୍ୟରେ କିଙ୍ଗ୍‌ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି ଯେ, ଦେଶରେ ନୁହେଁ ବରଂ ବିଦେଶରେ ‘ଜୱାନ’ଙ୍କ ପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି, ଯାହା ରେକର୍ଡ ଭାଙ୍ଗିବା ଭଳି ମନେ ହେଉଛି। ଖବର ଅନୁଯାୟୀ, ଶାହରୁଖ ଖାନଙ୍କ ‘ଜୱାନ’ ଚଳଚ୍ଚିତ୍ରର ଟିକେଟ୍‌ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଆମେରିକା, ଜର୍ମାନୀ ଏବଂ ଅଷ୍ଟ୍ରେଲିଆରେ ବିକ୍ରି ଆରମ୍ଭ ହୋଇଛି।

Share