ମୁଁ ଭଲ କି ଖରାପ, ୩୦ ଦିନ ପରେ ଜାଣିଯିବ: ଶାହାରୁଖ

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ଜୱାନ’କୁ ନେଇ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ଶାହାରୁଖ ଖାନ ସୋମବାର ସୋସିଆଲ ମିଡିଆରେ ଏକ ନୂଆ ପୋଷ୍ଟର ଶେୟାର କରି ତାଙ୍କ ଫିଲ୍ମର ଏହି ଚରିତ୍ର ବିଷୟରେ ପ୍ରଶଂସକଙ୍କୁ କିଛି ବିଶେଷ କଥା କହିଛନ୍ତି।

ଶାହାରୁଖ ମଧ୍ୟ ତାଙ୍କ ପ୍ରଶଂସକମାନଙ୍କୁ ୭ ସେପ୍ଟେମ୍ବର ୨୦୨୩ରେ ଚଳଚ୍ଚିତ୍ର‘ଜୱାନ’ର ଗ୍ରାଣ୍ଡ ରିଲିଜ୍‌ର ପ୍ରତିଶ୍ରୁତି ଦେଇଛନ୍ତି। ଦୀର୍ଘ ସମୟ ଧରି ‘ଜୱାନ’ ବିଷୟରେ ଏକ ଗୁଜବ ସୃଷ୍ଟି ହୋଇଛ। ଏହି ପୋଷ୍ଟର ସହିତ ଶାହାରୁଖ ମଧ୍ୟ ଫିଲ୍ମର ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ‘ଜୱାନ’ ଅନେକ ଲୁକ୍‌ ରହିଛି। ଏହି ଭିଡିଓ ଦେଖିବା ପରେ ଶାହାରୁଖଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଇଛନ୍ତି। ଶାହାରୁଖ ପୋଷ୍ଟର ଶେୟାର କରି ଲେଖିଛନ୍ତି, ମୁଁ ଭଲ କି ଖରାପ, ୩୦ ଦିନ ପରେ ଜାଣିଯିବ। ଶାହାରୁଖ ଏଥର ଫିଲ୍ମରେ ନକାରାତ୍ମକ ଭୂମିକାରେ ରହିବେ ନା ନକାରାତ୍ମକ ହୋଇ କିଛି ସକାରାତ୍ମକ କାର୍ଯ୍ୟ କରିବେ ତାହା ଜାଣିବା ବାକି ରହିଲା।

Share