ମାଲକାନଗିରି,୪ା୧୨(ଡି.ଏନ୍.ଏ.): ଜଣେ ଯବାନ ନିଜ ସର୍ଭିସ ରାଇଫଲ୍ରୁ ଗୁଳି ଫୁଟାଇ ଜୀବନ ହାରିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲାରେ। ପୋଟେରୁ ପୋଲିସ କ୍ୟାମ୍ପ୍ରେ ନିୟୋଜିତ ଥିବା ଜଣେ ଯବାନ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ମୃତ ଯବାନ ଜଣକ ହେଲେ ଦୁର୍ଯ୍ୟୋଧନ ମାଝି। ସେ ଓଏସ୍ଏପି ଚତୁର୍ଥ ବାଟାଲିୟନରେ କାର୍ଯ୍ୟରତ ଥିଲେ। ତେବେ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ମାଲକାନଗିରି ଏସ୍.ପି. ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।