ରେଲଓ୍ବେ ଟ୍ରାକ୍‌ରେ ପଡ଼ିଛି ଯବାନଙ୍କ ମୃତଦେହ: ଆତ୍ମହତ୍ୟା ସନ୍ଦେହ

କୋରାପୁଟ,୧୧।୬(ଅମିତାଭ ବେହେରା): କୋରାପୁଟ ରେଲୱେ ଟ୍ରାକରେ ବିଏସଏଫ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋରାପୁଟ ଲାଣ୍ଡିଗୁଡା ନୂଆ କଲୋନୀ ରେଲୱେ ଟ୍ରାକରେ ମୃତଦେହ ମିଳିଛି। ମୃତକ ଜଣଙ୍କ ଧ୍ରୁବରାଜ ପ୍ରଧାନ ବୋଲି ଜଣାପଡିଛି। କୋରାପୁଟ ବିଏସଏଫ କନଷ୍ଟେବଳ ଭାବରେ କାର୍ଯ୍ୟରତ ଥିଲେ ଧ୍ରୁବରାଜ।
ବିଏସଏଫ ଯବାନ ଜଣକ ଝାରସୁଗୁଡ଼ା ଅଞ୍ଚଳର କୋରାପୁଟରେ କାର୍ଯ୍ୟରତ ଥିଲେ। ପାରିବାରିକ କଳହ ଯୋଗୁ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି। ଘଟଣାସ୍ଥଳରେ କୋରାପୁଟ ବିଏସଏଫ ଅଧିକାରୀ ସହ ରେଲୱେ ପୋଲିସ ଉପସ୍ଥିତ ଅଛନ୍ତି।

 

Share