Categories: ଜାତୀୟ

ସିଆର୍‌ପିଏଫ୍‌ ଯବାନଙ୍କ ଆଉ ଏକ ଦେଶସେବା

ନୂଆଦିଲ୍ଲୀ,୫।୭: କରୋନା ମହାମାରୀ ଦେଶରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏହାକୁ ଦୂରେଇ ଦେବାକୁ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଯବାନ। ସାଧାରଣ ଜନତାଙ୍କୁ ଘରେ ସୁରକ୍ଷିତ ରହିବାକୁ କହି ଏମାନେ ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି। ହେଲେ ଏହି କରୋନା ଯୋଦ୍ଧା ବି ମହାମାରୀ କବଳରୁ ବର୍ତ୍ତି ପାରି ନାହାନ୍ତି। ରାଜଧାନୀ ଦିଲ୍ଲୀରେ ଏବେ ସୁଦ୍ଧା ୧୩୯ ସିଆର୍‌ପିଏଫ୍‌ ଯବାନ କରୋନା ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଅନେକେ ସୁସ୍ଥ ହୋଇ ସାରିଲେଣି। ଏବେ ସୁସ୍ଥ ହୋଇଥିବା ଯବାନମାନେ ଅନ୍ୟ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରୁଥିବା କହିଛନ୍ତି କମାଣ୍ଡାଣ୍ଟ ଦୀପେନ୍ଦ୍ର ରାଜପୁତ। ସେମାନେ ପ୍ଲାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇ ପାରୁଥିବାରୁ ଗର୍ବ ଅନୁଭବ କରିବା ସହ ଏହା ଆଉ ଏକ ଦେଶସେବା ବୋଲି କହିଛନ୍ତି ପ୍ଲାଜମା ଦାନ କରିଥିବା କେତେଜଣ ଯବାନ। ସୂଚନାଯୋଗ୍ୟ, କରୋନା ଭାଇରସ ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ଆସି ନ ଥିବା ବେଳେ ସୁସ୍ଥ ହୋଇଥିବା ରୋଗୀଙ୍କ ପ୍ଲାଜମା ଅନ୍ୟ ଏକ ରୋଗୀକୁ ଦେଲେ ସେ ଶୀଘ୍ର ସୁସ୍ଥ ହେଉଥିବା ଦେଖାଯାଇଥିବା ବେଳେ ଏବେ ରାଜଧାନୀ ଦିଲ୍ଲୀରେ ଏହି ଚିକିତ୍ସା କରାଯାଉଛି। ଏମିତିକି ୨ ଦିନ ପୂର୍ବେ ଦିଲ୍ଲୀରେ ଖୋଲାଯାଇଥିବା ପ୍ଲାଜମା ବ୍ୟାଙ୍କର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଥିଲେ କରୋନାକୁ ହରାଇବାକୁ ସ୍ବଇଚ୍ଛାରେ ପ୍ଲାଜମା ଦାନ କରିବାକୁ ଆଗେଇ ଆସନ୍ତୁ।

Share