Categories: ଜାତୀୟ

କ୍ଷମା ମାଗିଲେ ଜାୱେଦ

ନୂଆଦିଲ୍ଲୀ,୭ ।୧: ଶେଷରେ କ୍ଷମା ମାଗିଲେ ହେୟାର ଷ୍ଟାଇଲିଷ୍ଟ ଜାୱେଦ ହବିବ । ଏକ ଭିଡିଓ ଜାରି କରି ସେ କହିଛନ୍ତି, ପ୍ରକୃତରେ ଆମ ଶୋ’ର ସମୟ ସୀମା ଟିକେ ଅଧିକ ହୋଇଥାଏ ତେଣୁ ମଝିରେ ମଝିରେ ମଜା କରିବାକୁ ପଡିଥାଏ । ହେଲେ ଶୋ’ ମଝିରେ ମୋର ପରଫରମାନ୍ସ ଯଦି କାହାକୁ କଷ୍ଟ ଦେଇଛି ବା କାହାକୁ ପସନ୍ଦ ଆସିନାହିଁ ତେବେ ମୁଁ ହୃଦୟରୁ କ୍ଷମା ମାଗୁଛି । ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଜାୱେଦ ହବିବଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଜଣେ ମହିଳାଙ୍କ କେଶ କାଟୁଥିବା ନଜର ଆସିଥିଲା । ଭିଡିଓରେ ପ୍ରଥମେ ଦେଖିବାକୁ ମିଳିଥିଲା ଜାୱେଦ ମହିଳାଙ୍କ କେଶକୁ ସଜାଡୁଛନ୍ତି । ଏହାପରେ କିଛି କହି କହି ସେ ତାଙ୍କ ମୁଣ୍ଡରେ ଛେପ ପକାଇ ଦେଉଛନ୍ତି । ଜାୱେଦଙ୍କ ଏମିତି ବ୍ୟବହାର କାହାକୁ ପସନ୍ଦ ଆସି ନ ଥିଲା । ଏହି ଭିଡିଓଟି ଭାଇରାଲ ହେବା ପରେ ଜାୱେଦଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଭିଡିଓଟି ମୁଜାଫରନଗରର ବୋଲି ଜଣାପଡିଥିଲା ।

Share