Categories: ବାଣିଜ୍ୟ

ବିଶ୍ୱ ଗହଣା ସଂଘ ଦ୍ୱାରା ଜୟ ଆଲୁକ୍କାସ ସମ୍ମାନିତ

ଭୁବନେଶ୍ୱର,୮। ୧୦: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜୟ ଆଲୁକ୍କାସ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଜୟ ଆଲୁକ୍କାସଙ୍କୁ ନିକଟରେ ଆଉ ଏକ ଅନ୍ତର୍ଜାତୀୟସ୍ତରୀୟ ସମ୍ମାନ ଦିଆଯାଇଛି। ବିଶେଷକରି ଭାରତ ଏବଂ ବିଶ୍ୱରେ ଗହଣା କ୍ଷେତ୍ରକୁ ଅସାଧାରଣ ଯୋଗଦାନ ପାଇଁ ଜୟ ଆଲୁକ୍କାସଙ୍କୁ ବିଶ୍ୱ ଗହଣା ସଂଘ ଦ୍ୱାରା ଏକ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ବିଶ୍ୱ ଗହଣା ସଂଘର ସିଆଇବିଜେଓ କଂଗ୍ରେସ-୨୦୨୩ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଗହଣା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜୟ ଆଲୁକ୍କାସଙ୍କ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଜନ୍‌ ପଲ୍‌ ଆଲୁକ୍କାସ ଏହି ପୁରସ୍କାର ଗ୍ରହଣ କରିଥିଲେ।
ଏ ନେଇ ଜୟ ଆଲୁକ୍କାସ କହିଛନ୍ତି, ବିଶ୍ୱ ଗହଣା ସଂଘଠାରୁ ଏହି ପୁରସ୍କାର ପାଇଁ ମୁଁ ଗଭୀର ଭାବେ ସମ୍ମାନିତ ଓ କୃତଜ୍ଞ ଅନୁଭବ କରୁଛି। ସମ୍ପୂର୍ଣ୍ଣ ଜୟଆଲୁକ୍କାସ ଟିମ୍‌ର କଠିନ ପରିଶ୍ରମ ଓ ସମର୍ପଣ ଏବଂ ଆମ ଗ୍ରାହକଙ୍କ ପ୍ରତି ଆମ ଅତୁଟ ପ୍ରତିବଦ୍ଧତା କାରଣରୁଏହି ପୁରସ୍କାର ମିଳିପାରିଛି। ଆମ ସଂଗଠନର ପ୍ରତ୍ୟେକ ସଦସ୍ୟ ଏହି ସମ୍ମାନର ହକ୍‌ଦାର।

Share