ନୂଆ ଫିଲ୍ମର ଫାଷ୍ଟ ଲୁକ ଶେୟାର କଲେ ଅଜୟ

ମୁମ୍ବାଇ: ବଲିଉଡ ମୁଭି ‘ଦୃଶ୍ୟମ’ର ସକ୍‌ସେସ ପରେ ଅଜୟ ଦେବଗନ ‘ଦୃଶ୍ୟମ ୨’କୁ ନେଇ ହାଜର ହେବାକୁ ଯାଉଛନ୍ତି । ମୁଭିକୁ ନେଇ ଦର୍ଶକଙ୍କ ମନରେ ବେଳକୁ ବେଳ ଉତ୍ସୁକତା ବଢିବାରେ ଲାଗିଛି । କିଛିଦିନ ପୂର୍ବରୁ ମେକର୍ସ ମୁଭିର ରିକଲ ଟିଜର ରିଲିଜ କରିବା ପରେ ଏହା ସୋସିଆଲ ମିଡିଆରେ ଛାଇ ଯାଇଥିଲା । ଏହି ଟିଜରରେ ମେକର୍ସ ଦର୍ଶକଙ୍କୁ ପ୍ରଥମ ଫିଲ୍ମର ପୁରା ଘଟଣାକୁ ମନେପକାଇ ଦେଇଛନ୍ତି । ନିକଟରେ ମୁଭିରେ ଅଖୟ ଖାନ୍ନାଙ୍କର ଫାଷ୍ଟ ଲୁକ ବି ସାମ୍ନାକୁ ଆସିଥିଲା । ଅକ୍ଷୟ ଖାନ୍ନାଙ୍କ ପରେ ଏବେ ଅଜୟ ଦେବଗନ ମୁଭିର ଫାଷ୍ଟ ଲୁକ ଜାରି କରିଛନ୍ତି ।

‘ଦୃଶ୍ୟମ’ରେ ନିଜର ଦମଦାର ଅଭିନୟକୁ ନେଇ ସିନେମାହଲରେ ଦର୍ଶକଙ୍କୁ ତାଳି ବଜାଇବାକୁ ବାଧ୍ୟ କରଥିଲେ ଅଜୟ । ଲାଗୁଛି ଇତିହାସ ପୁଣିଥରେ ଦୋହରାଇବାକୁ କହିଛି । ଅଜୟ ଦେବଗନ ଦୃଶ୍ୟମ ୨ର ଯେଉଁ ଫାଷ୍ଟ ଲୁକ ଶେୟାର କରିଛନ୍ତି ଏଥିରେ ସେ ବହୁତ ସଲିଡ ଅନ୍ଦାଜରେ ନଜର ଆସିଛନ୍ତି । ଫଟୋରେ ଅଜୟ ଟଫ୍ ଲୁକ ସହ ହାତରେ ଏକ ଫାଉଡା ଧରିଥିବା ଦେଖାଯାଇଛି । ଫଟୋକୁ ଶେୟାର କରି ଅଭିନେତା ଲେଖିଛନ୍ତି, ପ୍ରଶ୍ନ ଏହା ନୁହେଁ ଯେ ଆପଣଙ୍କ ଆଖି ସାମ୍ନାରେ କ’ଣ ରହିଛି , ପ୍ରଶ୍ନ ହେଉଛି ଆପଣ କ’ଣ ଦେଖୁଛନ୍ତି । ଅର୍ଥାତ୍ ଯେତେ ପାୱାରଫୁଲ ଫଟୋ ସେତେ ଦମଦାର କ୍ୟାପଶନ । ଏହାକୁ ପଢି ଏତିକି ତ ନିଶ୍ଚିତ ଭାବେ ଅନୁମାନ ଲଗାଯାଉଛି କି ଦୃଶ୍ୟମ ଭଳି ଦୃଶ୍ୟମ ୨ ର ଡାଏଲଗ ଖୁବ ମସ୍ତ ହୋଇଥିବ । ଡାଏଲଗ କ’ଣ ଫାଷ୍ଟ ଲୁକ୍ ଦେଖି ଅନୁମାନ କରାଯାଉଛି ମୁଭି ବି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ।

Share