Categories: ଖେଳ

ଗମ୍ଭୀରଙ୍କ କୋଚିଂ ନେଇ ବଡ଼ ଖୁଲାସା କଲେ ଜୟ ଶାହା

ନୂଆଦିଲ୍ଲୀ,୧୬।୮: ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗମ୍ଭୀର ପହଞ୍ଚିବା ମାତ୍ରେ ଧଳା ବଲ ଏବଂ ରେଡ ବଲ କ୍ରିକେଟ ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ସୃଷ୍ଟି କରିଛି। ବିଭିନ୍ନ ଫର୍ମାଟ ପାଇଁ ଅଲଗା ଦଳ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ବିସିସିଆଇ ସଚିବ ଜୟ ଶାହା ତିନୋଟି ଫର୍ମାଟରେ ଦଳର ଦାୟିତ୍ୱକୁ ଗମ୍ଭୀରଙ୍କୁ ଦେବା ପ୍ରଶ୍ନର ତୀକ୍ଷ୍ଣ ଉତ୍ତର ଦେଇଛନ୍ତି।
ଏକ ସାକ୍ଷାତକାରରେ ଜୟ ଶାହାଙ୍କୁ ପଚରାଯାଇଥିଲା ଯେ, ଟିମ ଇଣ୍ଡିଆକୁ ତିନୋଟି ଭିନ୍ନ ଫର୍ମାଟରେ ପୃଥକ କୋଚ ଦେବା ପାଇଁ କାହିଁକି ଧ୍ୟାନ ଦିଆଯାଉ ନାହିଁ? ଏହା ଉପରେ ବିସିସିଆଇ ସଚିବ କହିଛନ୍ତି, ଥରେ ଆମେ ଜଣେ କୋଚ ନିଯୁକ୍ତ କରିବା ପରେ ତାଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ଆବଶ୍ୟକ। ଆମେ ଗୌତମ ଗମ୍ଭୀରଙ୍କୁ କୋଚ ଭାବରେ ନିଯୁକ୍ତ କରିଛୁ, ଯଦି ସେ ତିନୋଟି ଫର୍ମାଟରେ କୋଚିଂ ଦେବାକୁ ଚାହାଁନ୍ତି ତେବେ ମୁଁ ମନା କରିବାକୁ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। କୌଣସି ନିର୍ଦ୍ଦିଷ୍ଟ ଫର୍ମାଟରେ କୋଚିଂ ପାଇଁ ଫିଟ ନୁହେଁ, ସାଧାରଣତଃ ୭୦ ପ୍ରତିଶତ ଖେଳାଳି ସମସ୍ତ ତିନୋଟି ଫର୍ମାଟରେ ଖେଳୁଛନ୍ତି।

ଜୟ ଶାହାଙ୍କୁ ମଧ୍ୟ ପଚରାଯାଇଥିଲା ଯେ ଯଦି ବ୍ୟାକ ଅପ କୋଚ ଆବଶ୍ୟକ ହୁଏ ତେବେ କେଉଁ ନିଷ୍ପତ୍ତି ନିଆଯିବ? ଏହା ଉପରେ ସେ କହିଛନ୍ତି, ଏନସିଏ ବିଶ୍ୱସ୍ତରୀୟ କୋଚଙ୍କ ଦ୍ୱାରା ପରିପୂର୍ଣ୍ଣ। ଏହା ବ୍ୟତୀତ ସେ ରାହୁଲ ଦ୍ରାବିଡଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆର ଦାୟିତ୍ୱ ଗ୍ରହଣ କରୁଥିବା ଏନସିଏ ସଭାପତି ଭିଭିଏସ ଲକ୍ଷ୍ମଣଙ୍କ ଉଦାହରଣ ନେଇଥିଲେ।
ଶ୍ରୀଲଙ୍କା ଗସ୍ତରେ ଗୌତମ ଗମ୍ଭୀର ପ୍ରଥମ ଥର ପାଇଁ କୋଚ ଭାବରେ ଟିମ ଇଣ୍ଡିଆର ଦାୟିତ୍ୱ ନେଇଥିଲେ। ଟିମ ଇଣ୍ଡିଆ ଟି-୨୦ ସିରିଜ ଜିତିବାରେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲା କାରଣ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ପଡୋଶୀ ଦେଶକୁ ୩-୦ରେ ପରାସ୍ତ କରିଛି। କିନ୍ତୁ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ ପରାଜୟ ଗୌତମ ଗମ୍ଭୀରଙ୍କ ରଣନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସିରିଜର ପ୍ରଥମ ମ୍ୟାଚ ଟାଇ ହୋଇଥିବାବେଳେ ଭାରତ ପରବର୍ତ୍ତୀ ଦୁଇଟି ମ୍ୟାଚ ହାରିଥିଲା।

Share