Categories: ଖେଳ

ବିରାଟଙ୍କଠାରୁ ବି ଅଧିକ ପାଓ୍ବାରଫୁଲ ଜୟ ଶାହା? ଟପ ଟେନ ତାଲିକାରେ ଧୋନି-ନିରଜ ଚୋପ୍ରା ସାମିଲ

ନୂଆଦିଲ୍ଲୀ,୨୯।୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହା ଦେଶର କ୍ରିକେଟ ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ହୋଇପାରିଛନ୍ତି। ଏହି ପ୍ରସଙ୍ଗରେ ସେ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ଛାଡିଛନ୍ତି। ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଭାରତର ୧୦୦ଟି ଶକ୍ତିଶାଳୀ ଲୋକଙ୍କ ନାମ ଉଲ୍ଲେଖ କରାଯାଇଛି। କ୍ରିକେଟ ଜଗତର ଜୟ ଶାହା ଏହି ତାଲିକାରେ ଶୀର୍ଷରେ ଅଛନ୍ତି। ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବଂ ନୀରଜ ଚୋପ୍ରା ମଧ୍ୟ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ଇଣ୍ଡିଆନ ଏକ୍ସପ୍ରେସ ପାଓ୍ବାରଫୁଲ ଇଣ୍ଡିଆନ୍ସ ୨୦୨୪ ନାମରେ ଏକ ତାଲିକା ପ୍ରକାଶ କରିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନମ୍ବର ସ୍ଥାନରେ ଅଛନ୍ତି। କ୍ରିକେଟ ଦୁନିଆରେ ବିସିସିଆଇ ସଚିବ ଜୟ ଶାହା ଶୀର୍ଷରେ ଅଛନ୍ତି। ଓଭର ଅଲ ଲିଷ୍ଟରେ ଜୟ ଶାହା ୩୫ ତମ ସ୍ଥାନ ପାଇଛନ୍ତି। ସେ ଏସୀୟ କ୍ରିକେଟ ପରିଷଦର ସର୍ବ କନିଷ୍ଠ ମୁଖ୍ୟ ମଧ୍ୟ ଅଟନ୍ତି। ଯଦି ଆମେ କ୍ରିକେଟ ଦୁନିଆ ବିଷୟରେ କହିବା, ତେବେ କୋହଲି ଜୟ ଶାହାଙ୍କ ପରେ ଅଛନ୍ତି। ଓଭର ଅଲ ଲିଷ୍ଟରେ କୋହଲି ୩୮ ତମ ସ୍ଥାନରେ ଅଛନ୍ତି । କୋହଲି ଭାରତୀୟ କ୍ରିକେଟର ସବୁଠାରୁ ବଡ ବ୍ରାଣ୍ଡ ପାଲଟିଛନ୍ତି। ଇନଷ୍ଟାଗ୍ରାମରେ ୨୬୬ ନିୟୁତ ଲୋକ ତାଙ୍କୁ ଫଲୋ କରନ୍ତି।
ଯଦି ଆମେ କ୍ରୀଡା ସ୍ଥାନ ବିଷୟରେ କଥା ହେବା, ତେବେ ଜୟ ଶାହା ଏବଂ ବିରାଟ କୋହଲିଙ୍କ ପରେ ନୀରଜ ଚୋପ୍ରା ଅଛନ୍ତି। ଚୋପ୍ରା ଓଭର ଅଲ ଲିଷ୍ଟରେ ୪୬ନମ୍ବରରେ ଅଛନ୍ତି । ଭାରତୀୟ ଆଥଲେଟ ନୀରଜ ଚୋପ୍ରା ବିଶ୍ୱ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନୀରଜ ଚୋପ୍ରାଙ୍କ ପରେ ମହେନ୍ଦ୍ର ସିଂ ଧୋନିଙ୍କୁ ସ୍ଥାନ ଦିଆଯାଇଛି। ଧୋନି ଏହି ତାଲିକାରରେ ୫୮ତମ ସ୍ଥାନରେ ଅଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ତଥାପି ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳୁଛନ୍ତି। ଧୋନି ତାଙ୍କ ଅଧିନାୟକତ୍ୱରେ ଗତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଚାମ୍ପିଅନ କରିଥିଲେ। ସେ ତାଙ୍କ କ୍ୟାରିୟର ସମୟରେ ତିନିଟି ପ୍ରମୁଖ ଆଇସିସି ଟୁର୍ନାମେଣ୍ଟରେ ଭାରତକୁ ବିଜୟୀ କରାଇଛନ୍ତି।

Share