Categories: ଖେଳ

ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ ରହିବେ ଜୟ ଶାହା, କ୍ରମାଗତ ତୃତୀୟ ଥର ପାଇଁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୩୧।୧: ଏସିଆନ କ୍ରିକେଟ ପରିଷଦର ବାର୍ଷିକ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ସଚିବ ଜୟ ଶାହା ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ ରହିବେ। ଜୟ ଶାହା କ୍ରମାଗତ ତୃତୀୟ ଥର ପାଇଁ ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଏସିଆନ କ୍ରିକେଟ ପରିଷଦର ବାର୍ଷିକ ବୈଠକରେ ଏହା ଉପରେ ମୋହର ଲଗାଯାଇଛି।

ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲସି)ଅଧ୍ୟକ୍ଷ ଶାମି ସିଲଭା ଜୟ ଶାହାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାପୂର୍ବରୁ ଶାମି ସିଲଭା ଜୟ ଶାହାଙ୍କ ନାମ ରଖିଥିଲେ। ଏହା ପରେ ଅନ୍ୟ ସମସ୍ତ ସଦସ୍ୟ ସର୍ବସମ୍ମତି କ୍ରମେ ଜୟ ଶାହାଙ୍କ ନାମକୁ ଅନୁମୋଦନ କରିଛନ୍ତି। ଜାୟ ଶାହା ପ୍ରଥମ ଥର ପାଇଁ ଜାନୁଆରୀ ୨୦୨୧ରେ ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପୂର୍ବରୁ ବାଂଲାଦେଶ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ନାଜମୁଲ ହସନ ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ ଆଭିମୁଖ୍ୟ ଗ୍ରହଣ କରିଥିଲେ।

Share