ସୁସ୍ଥ ଅଛନ୍ତି ଶାଶୁ, ବୋହୂ

ମୁମ୍ବାଇ, ୧୨।୭: ବଚ୍ଚନ ପରିବାରରେ କରୋନାର ଉପସ୍ଥିତି ଏକ ପ୍ରକାର ସମସ୍ତଙ୍କୁ ବିଚଳିତ କରି ଦେଇଛି। ଶନିବାର ରାତିରେ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ କରୋନାରେ ସଂକ୍ରମିତ ଥିବା ଖବର ମିଳିଥିଲା। ଏହାପରେ ଜୟା ବଚ୍ଚନ, ଐଶୋର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା ବଚ୍ଚନଙ୍କ ଟେଷ୍ଟ ରିପୋର୍ଟକୁ ସମସ୍ତେ ଅପେକ୍ଷା ରଖିଥିଲେ। ରବିବାର ଏମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା କହିଛନ୍ତି ବିଏମ୍‌ସି ମେୟର କିଶୋରୀ ପେଡନେକର। ଏହା ଜଣାପଡିବା ପରେ ତାଙ୍କ ପ୍ରଶଂସକଙ୍କ ମନରେ ସାମାନ୍ୟ ଆଶ୍ୱସ୍ତି ଦେଖାଦେଇଛି। ସୂଚନାଯୋଗ୍ୟ, ଅମିତାଭଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଘରର ସମସ୍ତ ସଦସ୍ୟ କରୋନା ଟେଷ୍ଟ କରାଇ ନେଇଥିଲେ। ଏବେ ଅମିତାଭ ଓ ଅଭିଷେକ ହସ୍ପିଟାଲରେ ଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି ପେଡନେକର।

Share