ଜୟାଙ୍କ କମ୍‌ବ୍ୟାକ୍‌

ବମ୍ବେ: ଦୀର୍ଘଦିନର ବିରତି ପରେ ବଡ଼ ପରଦାକୁ ଫେରିବେ ଅଭିନେତ୍ରୀ ଜୟା ବଚ୍ଚନ। ୧୯୭୩ରେ ମହାନାୟକ ଅମିତାଭ ବଚ୍ଚନଙ୍କୁ ବିବାହ ପରେ ସେ ବଡ଼ ପରଦାରୁ ଦୂରେଇ ଯାଇଥିଲେ। ହେଲେ ନିର୍ମାତା କରନ୍‌ ଜୋହରଙ୍କ ଫିଲ୍ମ ‘କଭି ଖୁସି କଭି ଗମ୍‌’ ଏବଂ ‘କଲ୍‌ ହୋ ନା ହୋ’ରେ ସେ କମ୍‌ବ୍ୟାକ୍‌ କରିଥିଲେ। ଉଭୟ ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଏବେ ସେ ଖୁବ୍‌ଶୀଘ୍ର ଅନ୍ୟ ଏକ ସିନେମାରେ ନଜର ଆସିବେ। ଫିଲ୍ମଟି ମରାଠିରେ ତାଙ୍କର ଡେବ୍ୟୁ ବୋଲି କୁହାଯାଉଛି।

ଲୋକପ୍ରିୟ ନିର୍ଦ୍ଦେଶକ ଗଜେନ୍ଦ୍ର ଅହିରେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଜୟା ଫିଲ୍ମ ପାଇଁ ନିଜ ଭାଗର ଶୁଟିଂ ସେ ମାତ୍ର କୋଡିଏ ଦିନରେ ସମ୍ପୂର୍ଣ୍ଣ କରିବେ। ଆଧିକାରିକ ଭାବେ ଏ ସଂକ୍ରାନ୍ତରେ କୌଣସି ଘୋଷଣା କରାଯାଇ ନ ଥିଲେ ହେଁ ଜୟାଙ୍କ ପ୍ରଶଂସକ ଉତ୍ସାହିତ ଅଛନ୍ତି।

Share