Categories: ଜାତୀୟ

ଭାଜପା ନେତାଙ୍କୁ ଅଭିଶାପ ଦେଲେ ଜୟା!

ନୂଆଦିଲ୍ଲୀ,୨୦ ।୧୨: ରାଜ୍ୟ ସଭାରେ ସମାଜବାଦୀ ପାର୍ଟି ଏମ୍‌ପି ତଥା ବଲିଉଡ୍ ଅଭିନେତ୍ରୀ ଜୟା ବଚ୍ଚନ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୟରେ ପରିଚାଳିତ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସୂଚନା ଅନୁଯାୟୀ, ଟ୍ରେଜେରୀ ବେଞ୍ଚ ଉପରେ ବସିଥିବା ଭାଜପା ଏମ୍‌ପିଙ୍କ ସହ ଜୟାଙ୍କ ଯୁକ୍ତିତର୍କ ହୋଇଯାଇଥିଲା । ଏହି ସମୟରେ ଜୟା ଭାଜପାର ଏମ୍‌ପିଙ୍କ ଉପରେ ରାଗି ଯାଇଥିଲେ । ଆଉ ରାଗି ଯାଇ କହିଥିଲେ ଆପଣମାନେ ଖୁବ୍ ଶୀଘ୍ର ଅତି ଖରାପ ଦିନ ଦେଖିବାକୁ ଯାଉଛନ୍ତି । ଖୁବ୍ ରାଗି ଯାଇଥିବା ଜୟା କହିଥିଲେ ମୋ ଉପରେ ବ୍ୟକ୍ତିଗତ ଭାବେ ଅରୋପ ଲଗାଯାଇଛି, ମୁଁ ଆପଣଙ୍କୁ ଅଭିଶାପ ଦେଉଛି ଆପଣଙ୍କର ଖରାପ ଦିନ ଶୀଘ୍ର ଆସୁ । ଆପଣମାନେ କଣ୍ଠରୋଧ କରିଦେଉଛନ୍ତି । ଏହାସହ ବିରୋଧି ଦଳଙ୍କୁ ଟାର୍ଗେଟ କରି ଜୟା କହିଥିଲେ ଆପଣ ବିନ୍ କାହା ଆଗରେ ବଜାଉଛନ୍ତି । ଏମିତି ପରିସ୍ଥିତି ସମୟରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଥିଲେ ଜୟା ତାଙ୍କର ରାଗ ଆଉ ଐଶ୍ୱର୍ଯ୍ୟାଙ୍କ ଉପରେ ନ ଦେଖାନ୍ତୁ । ସୂଚନାଯୋଗ୍ୟ, ସୋମବାର ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପାନାମା ପେପର ଲିଙ୍କ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରା ଉଚରା କରୁଛି । ତେବେ ଜୟା ଘରକୁ ଯାଇ ଆଉ ଐଶ୍ୱର୍ଯ୍ୟାଙ୍କ ଉପରେ ତାଙ୍କ ରାଗ ବାହାର କରନ୍ତୁ ନାହିଁ ବୋଲି ସଞ୍ଜୟ କହିଛନ୍ତି ।

Share