ଅନମୋଲ ଅମ୍ବାନୀଙ୍କ ମେହେନ୍ଦୀ କାର୍ଯ୍ୟକ୍ରମରେ ସାମିଲ ହେଲେ ଜୟା ବଚ୍ଚନ

ମୁମ୍ବାଇ: ବର୍ତ୍ତମାନ ବିବାହ ଋତୁ ଚାଲିଛି। ବଲିଉଡ୍‌ ଷ୍ଟାରଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟିଙ୍କ ବିବାହ ଖବର ଜାଣିବାକୁ ମିଳୁଛି। ଏବେ ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀ ଏବଂ ଟିନା ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ମଧ୍ୟ କ୍ରିଷ୍ଣା ଶାହାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଆସନ୍ତାକାଲି ଅର୍ଥାତ୍‌ ଫେବୃୟାରୀ ୨୦ରେ ବିବାହ ହେବ। ଏନେଇ ସମସ୍ତ ରୀତିନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ତ୍ରୀ ଜୟା ବଚ୍ଚନ ମଧ୍ୟ ତାଙ୍କ ମେହେନ୍ଦୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାଙ୍କ ସହିତ ଝିଅ ଶ୍ୱେତା  ମଧ୍ୟ ଉପସ୍ଥିତ ଥିଲେ। ଶ୍ୱେତା ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ମା’ ଜୟା ବଚ୍ଚନ ଏବଂ ଟିନା ଅମ୍ବାନୀଙ୍କ ସହ ପୋଜ୍‌ ଦେଉଥିବା ନଜର ଆସିଛନ୍ତି।

ଶ୍ୱେତା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋଟି ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ମୋ ମାମା ସିଟାସ୍‌ ଅର୍ଥାତ୍‌ ମୋ ମାମା ଆଟ୍ରାକ୍ଟିଭ୍‌। ଏଥରେ ଶ୍ୱେତା ହାର୍ଟ ଇମୋଜି ସହିତ ‘Meeeeendi’ ମଧ୍ୟ ଲେଖିଛନ୍ତି, ଯାହା ମେହେନ୍ଦୀ କାର୍ଯ୍ୟକ୍ରମର ଏକ ଫଟୋ ପରି ଦେଖାଯାଉଛି। ଶ୍ୱେତା ଯଦିଓ ଲାଇମଲାଇଟ୍‌ ଠାରୁ ଦୂରରେ ରୁହନ୍ତି, ମାତ୍ର ଅଧିକାଂଶ ସମୟରେ ପରିବାର ସହ ଫଟୋ ଶେୟାର କରିବାକୁ ଆଦୌ ଭୁଲନ୍ତି ନାହିଁ।

Share