‘ଅଭିନେତ୍ରୀ ଅପେକ୍ଷା ସ୍ତ୍ରୀ ହୋଇ ଖୁସି ଥିଲି’

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନ ହିନ୍ଦୀ ସିନେମାକୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। କାମ ବ୍ୟତିତ ନିଜର ରୋକଠୋକ୍‌ କଥାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ସେ। ତେବେ ସମସ୍ତେ ଜାଣନ୍ତି ଯେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ବିବାହ ପରେ ଜୟା ସିନେମାଠାରୁ ଦୂରେଇ ଯାଇଥିଲେ। ଏବେ ସେ ଏହାକୁ ନେଇ ନିଜର ମତ ରଖିଛନ୍ତି।

ନିଜ କ୍ୟାରିୟର ଏବଂ ପରିବାର ମଧ୍ୟରୁ ଗୋଟିଏକୁ ବାଛିବା ନେଇ ଜୟା କହିଛନ୍ତି, ପୁଅଝିଅଙ୍କ ଲାଳନପାଳନ ଲାଗି ଫିଲ୍ମ ଛାଡ଼ିବାକୁ ନେଇ ବହୁତ କିଛି କଥା ଶୁଣିଛି। ନିଜ ପରିବାର ଲାଗି କ୍ୟାରିୟରକୁ ଛାଡ଼ିବା ବଳିଦାନ ନୁହେଁ। କାରଣ ନିଜ କଥା କହିଲେ ମୁଁ ଜଣେ ମା’ ଏବଂ ସ୍ତ୍ରୀ ହୋଇ ବହୁତ ଖୁସି ଥିଲି। ମୁଁ ଫିଲ୍ମ କରି ଯେଉଁ ଖୁସି ଅନୁଭବ କରୁଥିଲି ତାହାଠାରୁ ଅଧିକ ଏସବୁ ଚରିତ୍ରରେ ଥାଇ ମିଳିଛି। ଏହା ବିଲ୍‌କୁଲ ବି ବଳିଦାନ ନ ଥିଲା ବୋଲି ସେ କହିଛନ୍ତି।

Share