ସ୍ବାମୀଙ୍କୁ ବୁଢା କହିଲେ ଜୟା

ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ନିକଟରେ ତାଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦଙ୍କ ପୋଡକାଷ୍ଟରେ ଝିଅ ଶ୍ୱେତା ବଚ୍ଚନଙ୍କ ସହ ନଜର ଆସିଥିଲେ। ଏଠାରେ ଜୟା ସ୍ବାମୀ ଅମିତାଭ ବଚ୍ଚନଙ୍କ ବିଷୟରେ କିଛି ରୋଚକ ପ୍ରକାଶ କରିଥିଲେ। ଜୟା କହିଛନ୍ତି, ଘରକୁ ମୋ ସାଙ୍ଗ ଆସିଲେ ଅମିତାଭ ସେଠୁ ଖସିବାକୁ ସର୍ବଦା ବାହାନା ଖୋଜନ୍ତି। ମୋ ସାଙ୍ଗମାନଙ୍କ ସହ କଥାବାର୍ତ୍ତା କରିବା ଏବଂ ସମୟ ବିତାଇବାକୁ ସେ ପସନ୍ଦ କରନ୍ତି ନାହିଁ। ଅମିତାଭ ସେମାନଙ୍କୁ ଦଶନ୍ଧି ଦଶନ୍ଧି ଧରି ଜାଣିଛନ୍ତି। ତଥାପି ସେ ଏଥିପ୍ରତି ଆଦୌ ସଚେତନ ମଧ୍ୟ ନ ଥାନ୍ତି। ଏବେ ତ ସେ ବୁଢା ହୋଇଗଲେଣି।
ପୋଡକାଷ୍ଟରେ ନବ୍ୟା ଏବଂ ଶ୍ୱେତା ଯୁବତୀ କହି ଜୟାଙ୍କୁ ଥଟ୍ଟା କରିଥିଲେ। ଏହାର ଜବାବରେ ଜୟା କହିଥିଲେ, ମୁଁ ବୃଢୀ ନୁହେଁ। ମୁଁ ଏବେ ବି ୧୮ ବର୍ଷ ଯୁବକଙ୍କ ସହ ବସି କଥାବାର୍ତ୍ତା କରିପାରିବି।

Share