ଐଶ୍ୟର୍ଯ୍ୟାଙ୍କୁ କେବେ ବୋହୂ ବୋଲି ଭାବୁ ନ ଥିଲେ ଅମିତାଭ, ଜୟା ବଚ୍ଚନଙ୍କ ବିସ୍ଫୋରକ ବୟାନ!

ମୁମ୍ବାଇ: ଏବେ ବଚ୍ଚନ ପରିବାରକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି। ଗତ କିଛି ଦିନ ହେବ ଖବର ଆସୁଛି ଯେ ଅମିତାଭ ବଚ୍ଚନ, ଜୟା ବଚ୍ଚନଙ୍କ ବୋହୂ ଏବଂ ପୁଅ ନିଜ ଦାମ୍ପତ୍ୟ ଜୀବନରେ ଖୁସି ନୁହଁନ୍ତି। ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଖୁବ୍‌ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି। ଏସବୁ ମଧ୍ୟରେ ଜୟା ବଚ୍ଚନଙ୍କ ଏକ ମନ୍ତବ୍ୟ ସବୁଠି ଆଲୋଡନ ସୃଷ୍ଟି କରିଛି।

ଅଭି ଓ ଐଶ୍ୟଙ୍କ ବିବାହ ୨୦ ଏପ୍ରିଲ ୨୦୦୭ରେ ହୋଇଥିଲା। ଏହି ଦମ୍ପତିଙ୍କର ୧୪ ବର୍ଷର ଝିଅ ଆରାଧ୍ୟା ଅଛନ୍ତି। ତେବେ ଗତ କିଛି ଦିନ ହେବ ଏହି କପୁଲଙ୍କୁ ନେଇ ବିଭିନ୍ନ ତାଜୁବ କରିଦେବା ଭଳି ଖବର ଆସୁଛି। ଏସବୁ ମଧ୍ୟରେ ଜୟା ବଚ୍ଚନଙ୍କ ଏକ ମନ୍ତବ୍ୟ ଭାଇରାଲ ହୋଇଛି। ଯେଉଁଥିରେ ସେ ଅମିତାଭ ବଚ୍ଚନ ଐଶ୍ୱର୍ଯ୍ୟାଙ୍କୁ ନେଇ କ’ଣ ଭାବନ୍ତି ସେନେଇ ସେ କହିଛନ୍ତି। ଜୟା ବଚ୍ଚନଙ୍କ ଏହି ମନ୍ତବ୍ୟ ୧୭ ବର୍ଷ ପୁରୁଣା । ଯେତେବେଳେ ଐଶ୍ଚର୍ଯ୍ୟା ନବ ବିବାହିତ ଭାବରେ ବଚ୍ଚନ ପରିବାରରେ ପାଦ ଥାପିଥିଲେ। ଏହି ସମୟରେ ଜୟା ବଚ୍ଚନ କରଣ ଜୋହରଙ୍କ ଟକ ସୋ ‘କଫି ୱିଥ କରଣ’ରେ ଅତିଥି ଭାବରେ ଯୋଗ ଦେଇ ବୋହୂ ଐଶ୍ୟଙ୍କୁ ନେଇ ଏପରି ମନ୍ତବ୍ୟ ଦେଇଥିଲେ।

ଜୟା କହିଛନ୍ତି, ଯେତେବେଳେ ତାଙ୍କ ଝିଅ ଶ୍ୱେତା ବଚ୍ଚନ ବିବାହ କରିଥିଲେ, ସେତେବେଳେ ଅମିତାଭ ବଚ୍ଚନଙ୍କ ଜୀବନରେ ଝିଅ ପାଇଁ ଏକ ଶୂନ୍ୟସ୍ଥାନ ରହିଥିଲା।ଆଉ ଯେତେବେଳେ ଐଶ୍ୱର୍ଯ୍ୟା ରାୟ ତାଙ୍କ ବୋହୂ ଭାବରେ ତାଙ୍କ ଘରକୁ ଆସିବାବେଳେ ସେହି ଶୂନ୍ୟସ୍ଥାନ ପୂରଣ ହୋଇଥିଲା। ଯେତେବେଳେ ବି ଅମିତାଭ ଐଶ୍ୱର୍ଯ୍ୟାଙ୍କୁ ଦେଖନ୍ତି ସେତେବେଳେ ଖୁସି ହୁଅନ୍ତି। ବିଗ ବି ଅମିତାଭ କେବେ ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ବୋହୂ ଭାବରେ ଦେଖି ନ ନାହାନ୍ତି। ସେ ସବୁବେଳେ ଐଶ୍ୱର୍ଯ୍ୟାଙ୍କୁ ଝିଅ ପରି ଦେଖୁଥିଲେ। ଷ୍ଟାରଡଷ୍ଟ ମାଗାଜିନ ସହିତ ସାକ୍ଷାତରେ ଜୟା ତାଙ୍କ ବୋହୂ ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସା କରି ଥିଲେ। ସେ କହିଥିଲେ, ଐଶ୍ୱର୍ଯ୍ୟା ଇଣ୍ଡଷ୍ଟ୍ରିର ଜଣେ ବଡ ତାରକା, ତଥାପି ସେ ନିଜ ପରିବାରକୁ ବହୁତ ଗୁରୁତ୍ୱ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ହୋଇପାରେ କାଲି ମୋର ଶେଷ ଦିନ ହୋଇଥିବ…’

ବମ୍ବେ: ଫିଲ୍ମ ‘ଲାଲ୍‌ ସିଂ ଚଢ୍ଢା’ ପରେ ବଡ଼ ପରଦାରୁ ଦୂରେଇ ଯାଇଛନ୍ତି ସୁପରଷ୍ଟାର ଆମିର ଖାନ୍‌। ଏଣୁ ପ୍ରଶଂସକମାନେ ତାଙ୍କ ଫିଲ୍ମ କେବେ ଆସିବ...

ମାଳଦ୍ୱୀପରେ ଲୁଚିଛପି ପ୍ରେମିକାଙ୍କ ସହ ଛୁଟି କାଟୁଛନ୍ତି ସୈଫ୍‌ଙ୍କ ପୁଅ ଇବ୍ରାହିମ୍‌! ଫଟୋ ଖୋଲିଦେଲା ଗୁମର…

ବମ୍ବେ: ପ୍ରେମରେ ଉବୁଟୁବୁ ହେଉଛନ୍ତି ବଲିଉଡ୍‌ ଷ୍ଟାର ସୈଫ ଅଲ୍ଲି ଖାନ୍‌ଙ୍କ ବଡ଼ ପୁଅ ଇବ୍ରାହିମ୍‌ ଅଲି ଖାନ୍‌। ଟେଲି ପରଦାର ଚର୍ଚ୍ଚିତ ଅଭିନେତ୍ରୀ ଶ୍ୱେତା...

ଐଶ୍ୱର୍ଯ୍ୟା-ଅଭିଷେକଙ୍କୁ ନେଇ ଏ କ’ଣ କହିଦେଲେ ନିଖିଲ, ତେବେ କ’ଣ…

ବମ୍ବେ: ପୁଣି ଚର୍ଚ୍ଚାରେ ଅଭିନେତା ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟ। ଉଭୟଙ୍କ ସମ୍ପର୍କ ତୁଟିବା ନେଇ ଖବର ଶୁଣିବାକୁ ମିଳୁଥିବା ବେଳେ ଦୁହେଁ କିନ୍ତୁ ମୁହଁ ଖୋଲୁ...

ଛାଡପତ୍ର ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ଅଭିଷେକ, କହିଲେ ଜୀବନ ବଦଳିଗଲା…

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଖବର ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଏହି ଫାଟ...

ଦାଦା ପବନ କଲ୍ୟାଣଙ୍କ ସହ ଅଲ୍ଲୁ ଅର୍ଜୁନଙ୍କ ମନାନ୍ତରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ!

ହାଇଦ୍ରାବାଦ: ଚଳଚ୍ଚିତ୍ର ‘ପୁଷ୍ପା ୨: ଦ ରୁଲ୍‌’କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଡିସେମ୍ବର ୫ରେ ଏହା ସିନେମାଘରେ ରିଲିଜ...

ତିନିବର୍ଷ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚିତ୍ର ପୁରସ୍କାର: ବାଜି ମାରିନେନେଲା ଏହି ଚାରି ସିନେମା

ଭୁବନେଶ୍ୱର,୧୪।୧୧: ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଗୁରୁବାର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ଏକାସାଙ୍ଗରେ ତିନି ବର୍ଷ ପାଇଁ ପୁରସ୍କାର...

ଭରା ଦର୍ଶକଙ୍କ ଆଗରେ ପ୍ରଦର୍ଶନ କରୁଥିଲେ ମିକା ସିଂହ; ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ପାକିସ୍ତାନୀ ପ୍ରଶଂସକ

ମୁମ୍ବାଇ: ବଲିଉଡ ତଥା ପଞ୍ଜାବୀ ଗାୟକ ମିକା ସିଂହ ନିଜର ହିଟ୍ ଗୀତ ପାଇଁ କେବଳ ଭାରତରେ ନୁହେଁ ବିଶ୍ୱରେ ପ୍ରସିଦ୍ଧ। ଅନେକ ବ୍ଲକବଷ୍ଟର ଗୀତାରେ...

ସାତସାନ ଯୁବକଙ୍କ ପ୍ରେମରେ ଉବୁଟୁବୁ ୪୯ ବର୍ଷୀୟା ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଆଲୋଚନାକୁ ଆସିଛନ୍ତି। ୪୯ ବର୍ଷୀୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri