Categories: ଜାତୀୟ

ରେଳ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ହେବେ ଜୟା ବର୍ମା ସିହ୍ନା

ନୂଆଦିଲ୍ଲୀ,୩୧।୮: ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି ଜୟା ବର୍ମା ସିହ୍ନାଙ୍କୁ ରେଳ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି। ସେ ରେଳ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ହେବେ। ସିହ୍ନା ନୂତନ ଅଧ୍ୟକ୍ଷ ତଥା ସିଇଓ (ରେଳ ବୋର୍ଡ) ଭାବରେ ଅନିଲ କୁମାର ଲାହୋଟିଙ୍କ ଉତ୍ତରାଧିକାରୀ ହେବେ। ସେ ସେପ୍ଟେମ୍ବର ୧, ୨୦୨୩ରେ ଦାୟିତ୍ୱ ଗ୍ରହଣ କରିବେ। ବିଜୟଲକ୍ଷ୍ମୀ ବିଶ୍ୱନାଥନ ରେଳ ବୋର୍ଡର ପ୍ରଥମ ମହିଳା ସଦସ୍ୟ ଥିଲେ।
ସିହ୍ନା ୧୯୮୮ ବ୍ୟାଚର ଭାରତୀୟ ରେଳ ୟାତାୟାତ ସେବା ଅଧିକାରୀ। ବର୍ତ୍ତମାନ ରେଳ ବୋର୍ଡର ସଦସ୍ୟ (ଅପରେସନ୍ସ ଏବଂ ବ୍ୟବସାୟ ବିକାଶ) ଭାବରେ କାର୍ଯ୍ୟ କରୁଛନ୍ତି।

Share