Posted inଜାତୀୟ

୨ ଲକ୍ଷ ଟଙ୍କାର ଲେଦର ବ୍ୟାଗ୍‌ ବ୍ୟବହାରକୁ ନେଇ ମୁହଁ ଖୋଲିଲେ ଜୟା କିଶୋରୀ

କୋଲକାତା,୩୦ା୧୦:ଆଧ୍ୟାତ୍ମିକ ବକ୍ତା ଜୟା କିଶୋରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ‘ଡିଓର’ ବ୍ରାଣ୍ଡର ଏକ ଦାମୀ ଡିଜାଇନର ଲେଦର ବ୍ୟାଗ୍‌ ସହ ଦେଖିବାକୁ ମିଳିଥିଲା। ଉକ୍ତ ବ୍ୟାଗ୍‌ଟି ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ହୋଇଥିବା ସହ ଏହା ପଶୁ ଚମଡ଼ାରେ ନିର୍ମିତ ହୋଇଥିବା ଦର୍ଶାଇ ବହୁ ୟୁଜର୍ସ ସୋସିଆଲ ମିଡିଆରେ ଜୟାଙ୍କୁ ଟ୍ରୋଲ୍‌ କରିଥିଲେ। ମଙ୍ଗଳବାର ଏନେଇ ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଜୟା ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସବୁବେଳେ ସନାତନ ଧର୍ମକୁ ଟାର୍ଗେଟ କରାଯାଇଥାଏ। ଏଥର ମଧ୍ୟ ଠିକ୍‌ ସେପରି ହୋଇଛି। ଭାଇରାଲ ଭିଡିଓରେ ତାଙ୍କ ସହ ଥିବା ବ୍ୟାଗ୍‌ଟି ଲେଦର ମ୍ୟାଟେରିଆଲର ନୁହେଁ। ଏହା ଏକ କଷ୍ଟମାଇଜଡ୍‌ ବ୍ୟାଗ୍‌। ସେ କେବେ ମଧ୍ୟ ଲେଦର ମ୍ୟାଟେରିଆଲର କୌଣସି ବସ୍ତୁକୁ ବ୍ୟବହାର କରନ୍ତି ନାହିଁ ବୋଲି ଜୟା କହିଛନ୍ତି। ଜୟା ଆହୁରି କହିଛନ୍ତି, ସେ କୌଣସି ସାଧ୍ୱୀ ନୁହନ୍ତି। ଅନ୍ୟମାନଙ୍କ ପରି ସେ ମଧ୍ୟ ଜଣେ ସାଧାରଣ ଝିଅ। ସେ ନିଜ ପରିବାର ସହ ରୁହନ୍ତି। ଯେତେବେଳେ କୌଣସି ଜିନିଷ ବା ବସ୍ତୁ ପସନ୍ଦ ଆସିଥାଏ, ଅନ୍ୟମାନଙ୍କ ପରି ସେ ମଧ୍ୟ ତାହା କିଣିବାକୁ ଚାହିଥାନ୍ତି। ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ତାଙ୍କୁ ଶୁଣିବାକୁ ଆସୁଥିବା ଦର୍ଶକଙ୍କୁ ସବୁକିଛି ତ୍ୟାଗ କରିବାକୁ ସେ କେବେ ମଧ୍ୟ କୁହନ୍ତି ନାହିଁ। ବରଂ ଯୁବପିଢ଼ିଙ୍କୁ କଠିନ ପରିଶ୍ରମ କରିବା ସହ ରୋଜଗାର କରି ନିଜର ସ୍ବପ୍ନ ପୂରଣ କରିବାକୁ ସେ ସବୁବେଳେ ପ୍ରୋତ୍ସାହିତ କରିଥାନ୍ତି ବୋଲି ଜୟା ଏହି ସାକ୍ଷାତ୍‌କାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ କୋଟି ଟଙ୍କା ଦିଅ, ନଚେତ୍ ସଲମାନଙ୍କ ମୁଣ୍ଡ ଗଡିବ

ମୁମ୍ବାଇ,୩୦/୧୦: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଟ୍ରାଫିକ କଣ୍ଟ୍ରୋଲକୁ ଆସିଥିବା ଏକ ମେସେଜରେ ଜଣେ ଅଜଣା ବ୍ୟକ୍ତି ସଲମାନ...

କାନାଡା ପରେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ କି ଆମେରିକା: ଆସିଲା ବଡ଼ ଅପଡେଟ୍ 

ନୂଆଦିଲ୍ଲୀ/ୱାଶିଂଟନ୍,୩୦/୧୦: ଶିଖ୍ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜର ହତ୍ୟା ମାମଲାରେ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ସବୁଠାରୁ ଖରାପ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଉଭୟ...

ପରମାଣୁ ବୋମାର ବାଦଶାହ ହେବ ଏହି ଦେଶ: ୨୦୨୯ ସୁଦ୍ଧା ଏତିକି….

ନୂଆଦିଲ୍ଲୀ,୩୦/୧୦: ଚାଇନାର ପରମାଣୁ ଅସ୍ତ୍ର ଶସ୍ତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆମେରିକୀୟ ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସିର ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଗାମୀ...

ରୋଗୀଙ୍କୁ ଅଚେତ୍‌ କରାଇ ବଳାତ୍କାର କଲେ ଡାକ୍ତର: ଆଉ ତା’ପରେ…

କୋଲକାତା,୩୦ା୧୦:କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା।...

ସରକାରଙ୍କ ବଡ଼ ଘୋଷଣା, କମିବ ପେଟ୍ରୋଲ ଦର, ଓଡ଼ିଶାର ଏହିସବୁ ଅଞ୍ଚଳକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୯।୧୦: କମିବ ପେଟ୍ରୋଲ ଓ ଡିଜେଲ ଦର। ଆଜି ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ତେବେ ଏଥିରୁ ଲାଭ ପାଇବେ ତୈଳ...

କେବେ ଦୀପାବଳି? ମୁକ୍ତିମଣ୍ଡପର ନିଷ୍ପତ୍ତ ପରେ କାଶୀ ପଣ୍ଡିତଙ୍କ ମଧ୍ୟରେ ସୃଷ୍ଟିହେଲା ଝଡ

ନୂଆଦିଲ୍ଲୀ,୨୯।୧୦: ଦୀପାବଳି କେବେ ? ଅକ୍ଟୋବର ୩୧ କିମ୍ବା ନଭେମ୍ବର ୧? ଏହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ଅଛନ୍ତି। କେବଳ ସାଧାରଣ ଲୋକେ ନୁହନ୍ତି, ଚଳିତ...

ହଠାତ୍‌ ଷ୍ଟେଜ ଉପରେ ଭୋ ଭୋ ହୋଇ କାନ୍ଦିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୦: ଆୟୁଷ୍ମାନ ଯୋଜନା ପାର୍ଟ-୨ରେ ସମସ୍ତେ ଲାଭ ନେଇ ପାରିବେ। ୭୦ ବର୍ଷରୁ ଅଧିକ ହେଲେ ବି ଆପଣଙ୍କ ସ୍ବାସ୍ଥ୍ୟ ସେବା ଦାୟିତ୍ୱ ସରକାରଙ୍କର। ଆଜି...

କ୍ଷୀର ଦେବା ବେଳେ ଛେପ ପକାଉଥିଲେ ବ୍ୟକ୍ତି, ସିସିଟିଭିରେ ଏଭଳି ଦୃଶ୍ୟ କଏଦ ହେବା ପରେ…

ଲକ୍ଷ୍ନୌ,୨୯।୧୦: ଉତ୍ତର ପ୍ରଦେଶ ସହ ବିଭିନ୍ନ ରାଜ୍ୟରେ ‘ସ୍ପିଟ୍‌ ଜିହାଦ’ର ଅନେକ ମାମଲା ସାମ୍ନାକୁ ଆସିଛି। ୟୁପି ସରକାର ଏଭଳି ମାମଲା ଉପରେ କଡ଼ା ପଦକ୍ଷେପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri