ରେଲଓ୍ବେ ବୋର୍ଡର ପ୍ରଥମ ମହିଳା ସିଇଓ ଭାବେ ଦାୟିତ୍ୱ ନେଲେ ଜୟା ସିହ୍ନା

ନୂଆଦିଲ୍ଲୀ,୧।୯: ରେଲଓ୍ବେ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବରେ ନିଯୁକ୍ତି ହେଲେ ଜୟା ଭର୍ମା ସିହ୍ନା। ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ସିହ୍ନା ନୂତନ ଅଧ୍ୟକ୍ଷ ତଥା ସିଇଓ ଭାବେ ଶନିବାର ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ସେ ରେଲଓ୍ବେ ବୋର୍ଡର ପ୍ରଥମ ମହିଳା ଚେୟାରମ୍ୟାନ ମଧ୍ୟ ଅଟନ୍ତି। ପୂର୍ବରୁ ବିଜୟଲକ୍ଷ୍ମୀ ବିଶ୍ୱନାଥନ ରେଳ ବୋର୍ଡର ପ୍ରଥମ ମହିଳା ସଦସ୍ୟ ଥିଲେ। ସିହ୍ନା, ୧୯୮୮ ବ୍ୟାଚ ଭାରତୀୟ ରେଲଓ୍ବେ ଯାତାୟତ ସେବା ଅଧିକାରୀ।

Share