ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତ୍ରୀ ଜୟକୁମାରୀ

ଭେଟେରାନ ଅଭିନେତ୍ରୀ ଜୟକୁମାରୀ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ କିଡନୀ ଜନିତ ସମସ୍ୟାରେ ପୀଡିତ ଥିବା କୁହାଯାଉଛି। ଚିକିତ୍ସା ପାଇଁ ଜୟକୁମାରୀଙ୍କୁ ଆର୍ଥିକ ସହାୟତା ଆବଶ୍ୟକ ବୋଲି ମଧ୍ୟ ଜଣାପଡିଛି। ଜୟକୁମାରୀ ୧୯୬୦ ମସିହାରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏହାସହ ମାଲାୟାଲମ ଚଳଚ୍ଚିତ୍ର କଲେକ୍ଟର ମାଲାଥୀରେ ତାଙ୍କୁ ଦେଖିବାକୁ ମିଳିଥିଲା। ଯାହା ୧୯୬୭ ମସିହାରେ ପରଦାକୁ ଆସିଥିଲା। ଏପରିକି ଜୟକୁମାରୀ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଥିଲେ। ଯେଉଁଥିରେ ସେ ଜୟଶଙ୍କରଙ୍କ ବିପକ୍ଷରେ ନଜର ଆସିଥିଲେ। ଏହାପରେ ସେ ହିନ୍ଦୀ ଚଳଚ୍ଚିତ୍ର ହାଥୀ ମେରେ ସାଥି (୧୯୭୧) ରେ ଅଭିନୟ କରିଥିଲେ।

Share