Categories: ଜାତୀୟ

ଜୟଲଲିଥାଙ୍କ ଉତ୍ତରାଧିକାରୀଙ୍କୁ ମିଳିବ ବେଦ ନିଳୟମ୍‌

ଚେନ୍ନାଇ, ୨୫।୧୧: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିଥାଙ୍କ ବାସଭବନ ବେଦ ନିଳୟମ୍‌ରେ ତାଙ୍କ ନାମରେ ଏକ ସ୍ମାରକୀ ନିର୍ମାଣ ଲାଗି ପୂର୍ବରୁ ତାମିଲନାଡୁର ଏଆଇଏଡିଏମ୍‌କେ ସରକାର କରିଥିବା ଆବେଦନକୁ ମାଡ୍ରାସ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ଉକ୍ତ ସମ୍ପତ୍ତିକୁ ୩ ସପ୍ତାହ ମଧ୍ୟରେ ଜୟଲଲିଥାଙ୍କ ଆଇନଗତ ଉତ୍ତରାଧିକାରୀ ଜେ. ଦୀପା ଏବଂ ଜେ. ଦୀପକଙ୍କୁ ହସ୍ତାନ୍ତର କରିବା ଲାଗି ବିଚାରପତି ଏନ୍‌. ଶେଷସାୟୀ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାରିନାରେ ଜୟଲଲିଥାଙ୍କର ସ୍ମାରକୀ ରହିଥିବାବେଳେ ପୁଣି ଏକ ସ୍ମାରକୀ ସ୍ଥାପନର ଆବଶ୍ୟକତା କ’ଣ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଗତ ଜାନୁୟାରୀ ୨୭ରେ ବିଚାରପତି ଏକ ଅନ୍ତରୀଣ ଆଦେଶ ବଳରେ ଉକ୍ତ ସମ୍ପତ୍ତିରେ ମେମୋରିଆଲ ନିର୍ମାଣ ନ କରିବାକୁ କହିଥିଲେ। ଦୀପା ଓ ଦୀପକ ସେମାନଙ୍କ ଆବେଦନରେ ଦର୍ଶାଇଥିଲେ, ପିଉସୀ ଜୟଲଲିଥାଙ୍କ ପୋଏସ୍‌ ଗାର୍ଡେନ ବାସଭବନ ସହ ସେମାନେ ଭାବଗତ ଭାବେ ଜଡ଼ିତ। ତାଙ୍କ ନାମରେ ଏକ ଚ୍ୟାରିଟି ନିର୍ମାଣ ଲାଗି ସେମାନେ ଯୋଜନା କରିଥିବା ଅଦାଲତଙ୍କୁ ଜଣାଇଥିଲେ।

Share