Categories: ବାଣିଜ୍ୟ

ପୁଣେରେ ଜୟଆଲୁକ୍କାସ୍‌ ଶୋ’ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୪ା୬(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଶୋ’ରୁମ୍‌ ନିକଟରେ ପୁଣେର ପିମ୍ପ୍ରିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କୋହିନୁର ଗ୍ରୁପ୍‌ର ଚେୟାରମ୍ୟାନ ତଥା ଏମ୍‌ଡି କୃଷ୍ଣକୁମାର ଗୋଏଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସିନେ ଅଭିନେତା ସୋନାଲି କୁଲକର୍ନିଙ୍କ ସମେତ କୋହିନୁର ଗ୍ରୁପ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ବିନୀତ ଗୋୟଲ, ଜୟଆଲୁକ୍କାସ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥୋମାସ ମାଥୁ, ସିଓଓ ହେନରୀ ଜର୍ଜ, ରିଟେଲ ମ୍ୟାନେଜର ରାଜେଶ କୃଷ୍ଣନ୍‌, ଡିଜିଏମ (ମାର୍କେଟିଂ) ଅନିଶ ଭର୍ମିସ ଏବଂ ଆଞ୍ଚଳିକ ପରିଚାଳକ ସୁନୀଲ ପିଏସ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ,‘ଜୟଆଲୁକ୍କାସ୍‌’ର ପିମ୍ପ୍ରି ଆଉଟଲେଟ (ଶୋ’ରୁମ୍‌)ରେ ବ୍ରାଣ୍ଡ୍‌ର ସମସ୍ତ ପ୍ରକାର ସୁନା, ହୀରା ଓ ମୂଲ୍ୟବାନ ଅଳଙ୍କାର ସମ୍ଭାରର ବ୍ୟାପକ ରେଞ୍ଜ ଉପଲବ୍ଧ ରହିଛି। ଏପରିକି ବ୍ରାଣ୍ଡ୍‌ର ନୂତନ ଡିଜାଇନ ଓ କଲେକ୍ସନଗୁଡିକ ମଧ୍ୟ ଏଠାରେ ଗ୍ରାହକଙ୍କ ପାଇଁ ଉପଲବ୍ଧ।

Share