Categories: ବାଣିଜ୍ୟ

ଜୟଆଲୁକ୍ଳାସ୍‌ର ସର୍ବବୃହତ୍‌ ଜୁଏଲେରି ସେଲ୍‌: ମେକିଂ ଚାର୍ଜ ଉପରେ ପାଇବେ ଫ୍ଲାଟ୍‌ ୫୦% ରିହାତି

ନୂଆଦିଲ୍ଲୀ,୨୮।୧ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍ଳାସ୍‌ର ବହୁ ପ୍ରତୀକ୍ଷିତ ତଥା ସର୍ବବୃହତ୍‌ ଜୁଏଲେରି ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତିଷ୍ଠାନ ପକ୍ଷରୁ ସାରା ଭାରତର ଅଳଙ୍କାରପ୍ରେମୀଙ୍କ ପାଇଁ ଏକ ଆକର୍ଷଣୀୟ ରିହାତି ଅଫରର ଶୁଭାରମ୍ଭ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ସମସ୍ତ ଗହଣା ଉପରେ ଫ୍ଲାଟ୍‌ ୫୦%ର ରିହାତି ଦିଆଯାଉଛି। ଏହି ଅଫର ୨୦୨୪ ଫେବୃଆରୀ ୧୮ପର୍ଯ୍ୟନ୍ତ ବୈଧ ରହିଛି। ଏହି ସୀମିତ ସମୟର ଅଫର ଭାରତର ସମସ୍ତ ଜୟଆଲୁକ୍ଳାସ୍‌ ଶୋ’ରୁମରେ ଜାରି ରହିଥିଲାବେଳେ ଗ୍ରାହକ ଅନେକ ଅତିରିକ୍ତ ଲାଭ ମଧ୍ୟ ପାଇପାରିବେ, ଯେଉଁଥିରେ ମାଗଣା ଆଜୀବନ ରକ୍ଷଣାବେକ୍ଷଣ, ୧ବର୍ଷର ମାଗଣା ବୀମା ଏବଂ ପ୍ରତ୍ୟେକ କ୍ରୟ ସହିତ ବାୟ ବ୍ୟାକ୍‌ର ଭରସା (ଆଶ୍ବାସନା) ଆଦି ସାମିଲ ରହିଛି। ଅପରପକ୍ଷରେ ସୁନା,ହୀରା,ମୂଲ୍ୟବାନ୍‌ ପଥର ଓ ରୁପା ଅଳଙ୍କାର ସମେତ ଅନ୍ୟାନ୍ୟ ଗହଣାର ବ୍ୟାପକ ସମ୍ଭାର ଉପରେ ଏହି ସ୍ବତନ୍ତ୍ର ରିହାତି ଦିଆଯାଉଛି। ଏପରିକି ଲକ୍ଷାଧିକ ଡିଜାଇନ ବିକଳ୍ପ ସହିତ ଜୟଆଲୁକ୍ଳାସ୍‌ ଉଭୟ ପାରମ୍ପରିକ ଓ ସମସାମୟିକ ଗ୍ରାହକଙ୍କ ଚାହିଦା ପୂରଣ କରିଥାଏ। ସାରା ବିଶ୍ବରେ ଲକ୍ଷାଧିକ ଲୋକ ପସନ୍ଦ କରୁଥିବା ସ୍ବତନ୍ତ୍ର ସଂଗ୍ରହକୁ ବ୍ରାଣ୍ଡ୍‌ ଉପସ୍ଥାପନ କରିଥାଏ। ଉତ୍କର୍ଷ ପ୍ରତି ବ୍ରାଣ୍ଡ୍‌ର ସଂକଳ୍ପବଦ୍ଧତା ଯୋଗୁ ଏହାର ଶୋ’ରୁମ୍‌ରେ ବିସ୍ତାରିତ ହୋଇଥାଏ।

ଏ ସମ୍ପର୍କରେ ଜୟଆଲୁକ୍ଳାସ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ଜୟ ଆଲୁକ୍ଳାସ୍‌ କହିଛନ୍ତି, ଆମେ ଏକ ଅତୁଳନୀୟ ଗହଣା କ୍ରୟ ଅନୁଭୂତି ପ୍ରଦାନ କରିବା ଲାଗି ସଂକଳ୍ପବଦ୍ଧ ରହିଥିଲାବେଳେ ଆମର ପୃଷ୍ଠପୋଷକମାନେ ନିଜର ପ୍ରତ୍ୟେକ ଆବଶ୍ୟକତାକୁ ପୂରଣ କରିବା ଲାଗି ଗହଣାର ଚମତ୍କାର ଓ ବ୍ୟାପକ ବିକଳ୍ପ ମଧ୍ୟରୁ ବାଛିବାର ସୁଯୋଗ ପାଇପାରିବେ। ଜୟଆଲୁକ୍ଳାସ୍‌ର ଏହି ବିଶେଷ ପର୍ବ ଆମର ଶୋ’ରୁମ୍‌ଗୁଡିକରେ ଉପଲବ୍ଧ ରହିଛି। ଆମର ସମସ୍ତ ଗହଣା ସଂଗ୍ରହର ଗଢ଼ା ମଜୁରି ଉପରେ ୫୦% ରିହାତି ପ୍ରଦାନ କରିଥାଏ। ଗ୍ରାହକ ଏହି ଆକର୍ଷଣୀୟ ରିହାତିର ଲାଭ ଉଠାଇବା ଏବଂ ଜୟଆଲୁକ୍ଳାସ୍‌ ବିଶେଷତ୍ୱକୁ ଅନୁଭବକରିବା ଲାଗି ଜୟଆଲୁକ୍କାସ୍‌ର ନିକଟତମ ଆଧୁନିକ ଶୋ’ରୁୁମ୍‌ ଦର୍ଶନରେ ଆସିପାରିବେ।

Share