ଶପଥ ନେବାକୁ ଆସିଥିବା ଜୟନାରାୟଣ ଦେଲେ ବଡ଼ ବୟାନ

ଭୁବନେଶ୍ୱର,୧୮।୬: ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଆଜି ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ବିଧାୟକ ଭାବେ ଶପଥ ନେବାକୁ ଆସିଥିବା ଜୟନାରାୟଣ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ମନ୍ତ୍ରୀ ନ ହେବାର କିଛି ଅବସୋସ ନାହିଁ । ମନ୍ତ୍ରିମଣ୍ଡଳ ଶପଥ ସମାରୋହକୁ କାହିଁକି ଆସିଲେନି ପ୍ରଶ୍ନରେ ସେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ଜୟନାରାୟଣ ମୋର ତ ଶପଥ ନେବାର ନ ଥିଲା, କାହିଁକି ଯାଇଥାନ୍ତି । ନବ ଦାସ, ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ସିବିଆଇ ତଦନ୍ତ କରାଯାଉ। ସିବିଆଇ ତଦନ୍ତ ଦାବିରେ ମୁଁ ଅଟଳ ରହିବି ବୋଲି ଜୟନାରାୟଣ କହିଛନ୍ତି।

 

Share