ଏକଜିଟ ପୋଲ୍‌ ଉପରେ ଏଭଳି ବୟାନ ରଖିଲେ ଜୟନାରାୟଣ: ଏଥର ବିଧାନସଭାରେ…

ସମ୍ବଲପୁର,୨।୬: ୨୦୨୪ ନିର୍ବାଚନକୁ ନେଇ ବୁଥ ଫେରନ୍ତା ଭୋଟରଙ୍କ ମତାମତକୁ ନେଇ ଆସିଥିବା ଏକଜିଟ ପୋଲ୍‌ ଉପରେ ବଡ ବୟାନ ରଖିଛନ୍ତି ଭାଜପା ବିଧାୟକ ଜୟନାରାୟଣ ମିଶ୍ର। ଜାତୀୟ ଗଣମାଧ୍ୟମରେ ଦ୍ୱାରା ଆସିଥିବା ଏକଜିଟ ପୋଲ୍‌ର ଆକଳନ ସତ ହେବ ବୋଲି ଜୟନାରାୟଣ ଦୃଢୋକ୍ତ ପ୍ରକାଶ କରିଛନ୍ତି। ଏହାସହ ସମ୍ବଲପୁରରେ ବିଜେଡି ଟଙ୍କାରେ ଖେଳିବାକୁ ଚାହିଁଲା। ଭାଜପା ଜନସମ୍ପର୍କ ଦ୍ୱାରା ଖେଳିଲା ବୋଲି ଜୟନାରାୟଣ ମତବ୍ୟକ୍ତ କରିଛନ୍ତି। ଜନସମ୍ପର୍କ ଭାଜପାକୁ ବଡ ବିଜୟ ଭେଟି ଦେବ ବୋଲି ଜୟନାରାୟଣ କହିଛନ୍ତି।

ଲୋକ ସଭାରେ ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ୨ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହେବେ ବୋଲି ଜୟନାରାୟଣ ମତ ପ୍ରକାଶ କରିଛନ୍ତି। ଏହାସହ ବିଧାନସଭାରେ ଭାଜପା ଭଳ ମାର୍ଜିନରେ ବିଜୟୀ ହେବାକୁ ଦମ୍ଭୋକ୍ତି ଦେଖାଇଛନ୍ତି। ତେବେ ବିଜୟ ମାର୍ଜିନ କେତେ ରହିବ ସେନେଇ କୌଣସି ସ୍ପଷ୍ଟ ସଂଖ୍ୟା ଦେଇନାହାନ୍ତି। ସମ୍ବଲପୁର ନିର୍ବାଚନ ମଣ୍ଡଳିର ଅଧିକାଂଶ ଆସନରେ ଭାଜପାକୁ ଲୋକେ ଗ୍ରହଣ କରିଥିବା ସେ କହିଛନ୍ତି।

Share