ଜୟନାରାୟଣଙ୍କ ପୁଣି ବିସ୍ଫୋରକ ବୟାନ: ଗୋଟିଏ ହୁଇସିଲରେ ଭାଙ୍ଗିଯିବ ବିଜେଡି

ଭୁବନେଶ୍ୱର,୧୨।୪: ରାଜ୍ୟରେ ୱକ୍‌ଫ ଝଡ଼ ଥମିବାର ନାଁ ନେଉନାହିଁ। ବିଜେଡିର ଗୋଟିଏ ପରେ ଗୋଟିଏ ନେତା ମୁହଁ ଖୋଲିବା ଆରମ୍ଭ କରି ଦେଇଛନ୍ତି। ଏଭଳି ସ୍ଥିତିରେ ବିଜେଡି ଚର୍ଚ୍ଚାରେ ଏଣ୍ଟ୍ରି ମାରିଛନ୍ତି ଭାଜପାର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର। ଗୋଟିଏ ହୁଇସିଲ ଫୁଙ୍କିଲେ ବିଜେଡି ଦଳ ଭାଙ୍ଗିଯିବ ବୋଲି ଶନିବାର ଜୟନାରାୟଣ ଏକ ବଡ଼ ବୟାନ ଦେଇଛନ୍ତି। ଏପରିକି ଜୟନାରାୟଣ ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରିଛନ୍ତି।

ଜୟନାରାୟଣ ପୁଣି କହିଛନ୍ତି, ମୁଁ ବିଜେଡି ନେତାଙ୍କୁ ସାହସ ଦେଇଛି, ଫଳରେ ସେମାନେ ତାଙ୍କ ନାଁରେ କହୁଛନ୍ତି। ଆହୁରି ଅଧିକ ନେତା କହିଲେ ସେ ଲୋକ ଏକ୍ସପୋଜ୍‌ ହେବେ। ଓଡ଼ିଶାର ଖଣି, ପାଣି ଯିଏ ଲୁଟିଛି ତାକୁ ଛଡ଼ାଯିବା ଉଚିତ ନୁହେଁ।

ତାଙ୍କ ସହ ନବୀନଙ୍କ କେମିଷ୍ଟ୍ରି ମୁଁ ଜାଣିନି, ତଥାପି ବୁଦ୍ଧି ଉଦୟ ହେଉ ନାହିଁ। ବହୁତ ଦିନର ସଞ୍ଚିତ କ୍ରୋଧ ବିଦ୍ରୋହର ରୂପ ଧାରଣ କରିବ। ରାଜ୍ୟସଭାରେ ଦେଖିଲେ, ବିଧାନସଭାରେ ବି ବିଜେଡି ବିଧାୟକ କ’ଣ କରୁଛନ୍ତି। ବିଜେଡି ଲୋପ ପାଇବା ଭାଜପାରର ଇଚ୍ଛାଧୀନ ବିଷୟ। ବିଜେଡିର ସମସ୍ତେ ଯୋଗାଯୋଗରେ ଅଛନ୍ତି, ଆଗକୁ ଅନେକ କିଛି ଘଟିବ ବୋଲି ଜୟନାରାୟଣ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

Share