Categories: ଜାତୀୟ

ଡିମ୍ପଲ ନୁହେଁ ଜୟନ୍ତ ଚୌଧୁରୀଙ୍କୁ ମିଳିଲା ରାଜ୍ୟ ସଭା ଟିକେଟ

ନୂଆଦିଲ୍ଲୀ,୨୬ ।୫: ଉତ୍ତର ପ୍ରଦେଶରେ ୧୧ ରାଜ୍ୟ ସଭା ଆସନ ପାଇଁ ହେଉଥିବା ନିର୍ବାଚନରେ ସମାଜବାଦୀ ପାର୍ଟି ଆଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପୂର୍ବରୁ ଶୁଣାଯାଉଥିଲା କି ସମାଜବାଦୀ ପାର୍ଟି ପକ୍ଷରୁ ଡିମ୍ପଲ ଯାଦବ ରାଜ୍ୟ ସଭା ଯାଇ ପାରନ୍ତି । ହେଲେ ଏବେରାଷ୍ଟ୍ରୀୟ ଲୋକଦଳ(ଆରଏଲଡି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ ଚୌଧୁରୀଙ୍କୁ ରାଜ୍ୟସଭା ଟିକେଟ ଦେଇଛି ସମାଜବାଦୀ ପାର୍ଟି । ଜୟନ୍ତ ଚୌଧୁରି ଉଭୟ ସପା-ଆରଏଲଡିର ମିଳିତ ପ୍ରାର୍ଥୀ ହେବେ ।

ସମାଜବାଦୀ ପାର୍ଟି(ସପା) ଗୁରୁବାର ତା’ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ କରି କହିଛି କି ଜୟନ୍ତ ଚୌଧୁରୀ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳରୁ ରାଜ୍ୟ ସଭା ପାଇଁ ମିଳିତ ପ୍ରାର୍ଥି ହେବେ । ଏହାପୂର୍ବରୁ ସମାଜବାଦୀ ପାର୍ଟି ମୁସଲିମ ଚେହେରା ଜାଭେଦ ଅଲି ଓ ଦେଶର ଜଣାଣୁଣା ଓକିଲ କପିଲ ସିବ୍ୱଲଙ୍କୁ ତା’ର ପ୍ରାର୍ଥି କରିଛି । ସିବ୍ୱଲ ନିର୍ଦ୍ଦଳୀୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ହେଲେ ସମାଜବାଦୀ ପାର୍ଟି ତାଙ୍କୁ ସମର୍ଥନ କରୁଛି ।

Share