Categories: ଜାତୀୟ

ଏନଡିଏରେ ସାମିଲ ହେବା ଖବରକୁ ନେଇ ସ୍ପଷ୍ଟ କଲେ ଜୟନ୍ତ ଚୌଧୁରୀ

ଲକ୍ଷ୍ନୌ,୧୩।୮: ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ଏନଡିଏର ସାମିଲ ହେବାକୁ ନେଇ କିଛି ଦିନ ହେବ ଆଲୋଚନା ହେଉଛି। ଏହାରି ଭିତରେ ଜୟନ୍ତ ଚୌଧୁରୀ ତଥା ରାଜ୍ୟ ସଭା ଏମପି ନିଜେ କହିଛନ୍ତି, ଆଲୋଚନା କରାଯାଉଥିବା ଖବର ଉପରେ ଆଦୌ ଧ୍ୟାନ ଦିଅନ୍ତୁ ନାହିଁ। ଆରଏଲଡି ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟ ଇଣ୍ଡିଆ ସହ ରହିଛି। ଜୟନ୍ତ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ଲୋକ ସଭାରେ ନୋ କନଫିଡେନ୍ସ ମୋସନ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମଣିପୁରରେ ଆତ୍ମବିଶ୍ୱାସ ଫେରାଇ ଆଣିବାକୁ ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ସଭାରେ ଦିଲ୍ଲୀ ସେବା ବିଲ ଉପରେ ଭୋଟ ଦେବା ସମୟରେ ଜୟନ୍ତ ଚୌଧୁରୀଙ୍କ ଅନୁପସ୍ଥିତି ଇଣ୍ଡିଆ ଆଲାଇନ୍ସକୁ ଏକ ଅସୁବିଧାଜନକ ସ୍ଥିତିରେ ରଖିଛି।

Share