Categories: ଜାତୀୟ

‘ଇଣ୍ଡିଆ’ ମେଣ୍ଟ ୩ୟ ବୈଠକ ପୂର୍ବରୁ ଜୟନ୍ତ ଚୌଧୁରୀଙ୍କ ବଡ଼ ବୟାନ, କହିଲେ କେଉଁ ପ୍ରସଙ୍ଗ ଉପରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୮: ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ବିରୋଧୀ ଦଳ ମିଳିତ ଭାବେ ‘ଇଣ୍ଡିଆ’ ମେଣ୍ଟ ଗଠନ କରିଛନ୍ତି। ପାଟନା ଏବଂ କର୍ନାଟକରେ ‘ଇଣ୍ଡିଆ’ର ଦୁଇଟି ବୈଠକ ପରେ ମୁମ୍ବାଇରେ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର୧ରେ ତୃତୀୟ ବୈଠକ ଅନୁଷ୍ଠିତ ହେବ। ଯେଉଁଥିପାଇଁ ପ୍ରସ୍ତୁତି ଚାଲିଛି। ଏହି ବୈଠକ ସମ୍ପର୍କରେ ରାଷ୍ଟ୍ରୀୟ ଲୋକ ଦଳ ସଭାପତି ଜୟନ୍ତ ଚୌଧୁରୀଙ୍କ ବୟାନ ସାମ୍ନାକୁ ଆସିଛି। ଆରଏଲଡି ନେତା କହିଛନ୍ତି, ବିରୋଧୀ ଦଳର ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା ହେବା ଆବଶ୍ୟକ।

ଜୟନ୍ତ ଚୌଧୁରୀ କହିଛନ୍ତି, ମୁଁ ଭାବୁଛି ବିରୋଧୀ ଦଳର ବୈଠକରେ ଅନେକ ପ୍ରସଙ୍ଗ ବିସ୍ତୃତ ଭାବରେ ଆଲୋଚନା ହେବ। ଏପରି କିଛି ବିଷୟ ଅଛି, ଯାହା ବର୍ତ୍ତମାନ ବିସ୍ତୃତ ଭାବରେ ଆଲୋଚନା ହେବା ଆବଶ୍ୟକ। ଏହି ମେଣ୍ଟର ରୂପରେଖ କ’ଣ ହେବ .. ଅନେକ ଦଳ ମେଣ୍ଟରେ ସାମିଲ ଏବଂ ନୂତନ ଦଳ ପାଇଁ ମଧ୍ୟ ମେଣ୍ଟ ଖୋଲା ଅଛି।

Share