Categories: ଜାତୀୟ

ଏନଡିଏରେ ସାମିଲ ହେବେ ଜୟନ୍ତ ଚୌଧୁରୀ: ଆରଏଲଡିକୁ ଭାଜପାର ରାଜନୈତିକ ଆମନ୍ତ୍ରଣ, ଚାରଣି ନୁହେଁ ଯେ ଓଲଟି ଯିବୁ ବୋଲି କହିଲେ ଚାରୁ……

ଲକ୍ଷ୍ନୌ,୯।୭ : ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନର ସମୟ ପାଖେଇ ଆସୁଥିବାରୁ ଭାଜପା ଏହାର ସମୀକରଣକୁ ସୁଧାରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ପଶ୍ଚିମ ଉତ୍ତରପ୍ରଦେଶର ରାଜନୀତିରେ ଜୟନ୍ତ ଚୌଧୁରୀଙ୍କୁ କ୍ରମାଗତ ସଙ୍କେତ ମାଧ୍ୟମରେ ନୂତନ ବାର୍ତ୍ତା ଦେବା ପାଇଁ ଭାଜପା ଉଦ୍ୟମ କରୁଛି। ଫଳରେ ଜୟନ୍ତ ଭାଜପାର ନିକଟତର ହେବା ନେଇ କଳ୍ପନାଜଳ୍ପନା ଆହୁରି ତୀବ୍ର ହୋଇଛି ଏବଂ ବଡ କଥା ହେଉଛି ବର୍ତ୍ତମାନ ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇବାକୁ ଉଦ୍ୟମ କରାଯାଉନାହିଁ। ଏହି ସମୟରେ, ଭାଜପା ରାଜ୍ୟ ୟୁନିଟ ସଭାପତି ଭୁପେନ୍ଦ୍ର ଚୌଧୁରୀ ଜୟନ୍ତଙ୍କୁ ସ୍ବାଗତ କରି ଏନେଇ ନାନା ଚର୍ଚ୍ଚା କରିବା ପାଇଁ ରାଜନୈତିକ ସମୀକ୍ଷକଙ୍କ ପାଇଁ ଆଉ ଏକ ସୁଯୋଗ ଦେଇଛନ୍ତି।

 

ଏକ ଘରୋଇ ଚ୍ୟାନେଲ ସହ କଥାବାର୍ତ୍ତା କରି ଭାଜପା ରାଜ୍ୟ ସଭାପତି କହିଛନ୍ତି କେଉଁ ଦଳ ସହ ମେଣ୍ଟ କରିବେ, ଏହା କେନ୍ଦ୍ରୀୟ ୟୁନିଟର ନିଷ୍ପତ୍ତିରେ ହେବ। ଏହି ପରିପ୍ରେକ୍ଷୀରେ ଭାଜପାର କେନ୍ଦ୍ରୀୟ ୟୁନିଟ କ‘ଣ ନିଷ୍ପତ୍ତି ନେବେ ସେ ନେଇ ମୋର ଏ ପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ। କିନ୍ତୁ, ମୋ ଦଳର ସଭାପତି ଭାବେ, ମୋ ଦଳର ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ମୁଁ ତାହାକୁ ସ୍ବାଗତ କରିବି। ଯଦି ସେ ଆମ ସହିତ ଆଦର୍ଶଗତ ଭାବରେ ଯୋଗଦେବାକୁ ଚାହାଁନ୍ତି, ତେବେ ମୁଁ ନିଶ୍ଚିତ ଭାବରେ ଜୟନ୍ତ ଚୌଧୁରୀଙ୍କୁ ସ୍ବାଗତ କରିବି। ଯଦି ସେମାନେ ମୋଦିଙ୍କ ନେତୃତ୍ୱରେ କାମ କରିବାକୁ ଚାହାଁନ୍ତି ତେବେ ଏହା ସ୍ବାଗତଯୋଗ୍ୟ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଏନସିପି ବିଭାଜନ ପରେ ଆରଏଲଡି ମୁଖ୍ୟ ଜୟନ୍ତ ଭାଜପା ସହ ରାଜନୈତିକ ପଥରେ ଚାଲିବେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଆରଏଲଡି ମୁଖ୍ୟ ଜୟନ୍ତ ଏବଂ ତାଙ୍କ ସ୍ତ୍ରୀ ଚାରୁ ଚୌଧୁରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ସେମାନେ ଭାଜପା କିମ୍ବା ଏନଡିଏରେ ଯୋଗ ଦେଉ ନାହାଁନ୍ତି। ଚାରୁ ଚୌଧୁରୀ ଏକ ଟୁଇଟରେ ଲେଖିଛନ୍ତି ଆମେ ଚାରଣି ନୁହେଁ ଯେ ଓଲଟି ଯିବୁ।

 

Share