ପରଲୋକରେ ଜୟନ୍ତ ମହାପାତ୍ର

ଭୁବନେଶ୍ୱର,୨୭।୮(ଶର୍ମିଷ୍ଠା ପାଣିଗ୍ରାହୀ): ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କର ରବିବାର ରାତି ୯ଟାରେ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ସେ କିଛିଦିନ ଧରି ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଜୟନ୍ତ ଉଭୟ ଇଂଲିଶ ଏବଂ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି।
କଟକର ତିନିକୋଣିଆ ବଗିଚାରେ ଏକ ଖ୍ରିଷ୍ଟିଆନ ପରିବାରରେ ସେ ୨୨ ଅକ୍ଟୋବର ୧୯୨୮ରେ ଜନ୍ମ ଗ୍ରହଣ କରିଥିଲେ। କବି ମହାପାତ୍ର ୧୯୮୧ ମସିହାରେ ତାଙ୍କ କବିତା ପୁସ୍ତକ ‘ରିଲେଶନ୍‌ସିପ୍‌’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଇଂରାଜୀ ଭାଷାରେ ସେ ପ୍ରଥମ ଲେଖକ ଭାବେ ଏହି ପୁରସ୍କାର ଅର୍ଜନ କରିଥିଲେ। କବିତା ପୁସ୍ତକ ‘ଇଣ୍ଡିଆନ ସମର୍‌’ ଓ ‘ହଙ୍ଗର’ ପାଇଁ ସେ ସମଗ୍ର ଦେଶରେ ଚର୍ଚ୍ଚିତ କବି ଭାବେ ପରିଚୟ ହାସଲ କରିଥିଲେ। ସମାଗ୍ରିକ ସାହିତ୍ୟ ସାଧନା ପାଇଁ ତାଙ୍କୁ ୨୦୦୯ରେ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ମାନିତ ହୋଇଥିଲେ। ହେଲେ ୨୦୧୫ରେ ଦେଶରେ ବଢ଼ୁଥିବା ଅସହିଷ୍ଣୁତାକୁ ଦେଖି ସେ ତାହାକୁ ଫେରାଇ ଦେଇଥିଲେ। ସାହିତ୍ୟ ସାଧନା ପାଇଁ ସେ ରାଜ୍ୟ, ଜାତୀୟ ଓ ଅନ୍ତ୍ରାଜୀତୟ ସମ୍ମାନରେ ସମ୍ମାନିତ ହୋଇଥିଲେ। ଜୟନ୍ତଙ୍କ ବିୟୋଗରେ ଓଡ଼ିଆ ଏବଂ ଭାରତୀୟ ଇଂରାଜୀ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। କବି ମହାପାତ୍ରଙ୍କ ବିୟୋଗରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ମହାପାତ୍ର ଜଣେ ଉଚ୍ଚକୋଟିର କବି ଥିଲେ ଏବଂ ତାଙ୍କ ବିୟୋଗରେ ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ହେଲା ବୋଲି ପାତ୍ର ତାଙ୍କ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ସେହିଭଳି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ଅନୁରୂପ ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକ କହିଛନ୍ତି, କେବଳ ଓଡ଼ିଆ ସାହିତ୍ୟ ନୁହେଁ , ଭାରତୀୟ ସାହିତ୍ୟ ପାଇଁ କବି ମହାପାତ୍ରଙ୍କ ପରଲୋକ ବଡ଼ ଦୁଃଖଦାୟକ। ଓଡ଼ିଆ ଆଉ ଇଂରାଜୀ ଉଭୟ ଭାଷାରେ କବିତା ରଚନା କରୁଥିଲେ। ତାଙ୍କ କବିତା ପାଇଁ ସେ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ଥିଲେ। ଏପରକି ଶେଷ ନିଶ୍ୱାସ ପର୍ଯ୍ୟନ୍ତ କବିତା ସାହିତ୍ୟ ରଚନାରେ ନିଜକୁ ନିୟୋଜିତ ରଖିଥିଲେ। ବିଭିନ୍ନ ସାରସ୍ବତ କାର୍ଯ୍ୟକ୍ରମରେ ତାଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିଲା। ବିଶେଷ କରି ଓଡ଼ିଆ ସାହିତ୍ୟ ଏକାଡେମୀର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେଇ ଏକାଡେମୀକୁ ଧନ୍ୟ କରିଛନ୍ତି। ତାଙ୍କ ବିୟୋଗରେ ଏକାଡେମୀ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri