ଆମେରିକାରେ ଜୟଶଙ୍କର: ଗାନ୍ଧିଜୀଙ୍କ ଭାବନା କାହାକୁ ପଛରେ ଛାଡିବା ନ ଥିଲା…

ଓ୍ବାଶିଂଟନ,୧।୧୦ : ୱାଶିଂଟନରେ ଚାଲିଥିବା ‘କଲର୍ସ ଅଫ ଇଣ୍ଡିଆ’ କାର୍ଯ୍ୟକ୍ରମରେ ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ମହାତ୍ମା ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ମହାତ୍ମା ଗାନ୍ଧୀଙ୍କୁ ଜଣେ ଅସାଧାରଣ ବ୍ୟକ୍ତି ଥିଲେ। ତାଙ୍କର ବାର୍ତ୍ତା ସ୍ପଷ୍ଟ ଥିଲା। ସେ ଭାରତ-ଆମେରିକା ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି ଆଜି ଦୁଇ ଦେଶ ମଧ୍ୟରେ ଦୃଢ଼ ଏବଂ ବିଶ୍ୱାସନୀୟ ସମ୍ପର୍କ ରହିଛି।

ମନ୍ତ୍ରୀ କହିଛନ୍ତି ଆମେ ଗାନ୍ଧିଜୀଙ୍କ ବିବୃତ୍ତିକୁ ଅନେକ ଥର ପୁନରାବୃତ୍ତି କରୁଛୁ। ସେ ଅନେକ କଥା ସ୍ପଷ୍ଟ ଭାବରେ କହିଛନ୍ତି। ଏବେ ପ୍ରଶ୍ନ ଉଠୁଛି ତାଙ୍କର ବାର୍ତ୍ତା କ’ଣ ଥିଲା? ତାଙ୍କର ବାର୍ତ୍ତା ସଠିକ କାର୍ଯ୍ୟ କରିବା, ଭଲ କାର୍ଯ୍ୟ କରିବା ଏବଂ କାହାକୁ ପଛେରେ ଛାଡି ନ ଯିବା ବିଷୟରେ ଥିଲା ।

Share