Categories: ଜାତୀୟ

ମୋଦିଙ୍କ ରୁଷିଆ ଗସ୍ତକୁ ନେଇ ଜୟଶଙ୍କର ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷିଆ ଗସ୍ତ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଏକ ନୂତନ ସ୍ତରକୁ ଆଣିବା ପାଇଁ ମୋଦି-ପୁଟିନ ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ। ରୁଷିଆ ସହିତ ସମ୍ପର୍କର ପରିବର୍ତ୍ତନ ସମ୍ପର୍କରେ ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କର ଅତୁଳନୀୟ ଉନ୍ନତିକୁ ଦୁଇ ଦେଶର ଶୀର୍ଷ ନେତୃତ୍ୱ ମଧ୍ୟରେ ଭଲ ସମନ୍ବୟର ପ୍ରଭାବ ଭାବରେ ଦେଖାଯାଇପାରିବ। ଏହା ସହିତ ବାର୍ଷିକ ଶିଖର ସମ୍ମିଳନୀରେ ବିଳମ୍ବ ସଂପର୍କରେ ଜୟଶଙ୍କର କହିଛନ୍ତି, ଆମର ବାର୍ଷିକ ଶିଖର ସମ୍ମିଳନୀରେ ସାମାନ୍ୟ ବିଳମ୍ବ ହୋଇଥିଲା, ଏହା ଏକ ଭଲ ପରମ୍ପରା, ଆମେ ଦୁଇ ଦେଶ, ଯାହାର ମିଳିତ ଭାବେ କାମ କରିବାର ଦୃଢ ଇତିହାସ ଅଛି।
ସୋମବାର ମୋଦି ମସ୍କୋର ନୁକୋଭୋ-୨ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ବା ପରେ ରାଷ୍ଟ୍ରପତି ପୁଟିନ୍‌ଙ୍କ ନୋଭୋ-ଓଗାରେଭୋସ୍ଥିତ ବାସଭବନରେ ପହଞ୍ଚତ୍ଥିଲେ। ତାଙ୍କ ସମ୍ମାନାର୍ଥେ ପୁଟିନ୍‌ ନୈଶ୍ୟଭୋଜିର ଆୟୋଜନ କରିଥିଲେ। ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିବାରୁ ପୁଟିନ୍‌ ପ୍ରଥମେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସରକାରର ମୁଖ୍ୟ ଭାବେ ଏହା ଆପଣଙ୍କ ବହୁ ବର୍ଷର କାର୍ଯ୍ୟର ଫଳ ବୋଲି ପୁଟିନ୍‌ କହିଥିଲେ। ଭାରତ ବିଶ୍ୱ ଅର୍ଥନୀତିରେ ନିଶ୍ଚୟ ତୃତୀୟ ସ୍ଥାନରେ ପହଞ୍ଚତ୍ବ ବୋଲି ଏହି ଅବସରରେ ରୁଷିଆ ରାଷ୍ଟ୍ରପତି କହିଥିଲେ।

Share